ଏୟାର ଇଣ୍ଡିଆରେ ଅତିରିକ୍ତ ଲଗେଜ୍‌ ପାଇଁ ଅଧିକ ଗଣିବାକୁ ପଡ଼ିବ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବିମାନ କଂପାନି ଏୟାର ଇଣ୍ଡିଆ ପକ୍ଷରୁ ଅତିରିକ୍ତ ଲଗେଜ୍‌ ଶୁଳ୍କକୁ ବଢ଼ାଇ ଦିଆଯାଇଛି। ପୂର୍ବରୁ ଅତିରିକ୍ତ ଲଗେଜ୍‌ ପାଇଁ କେଜି ପିଛା ୪୦୦ ଟଙ୍କାର ଶୁଳ୍କ ଆଦାୟ କରାଯାଉଥିଲା। ଆଜିଠାରୁ ତାହାକୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ଇକୋନମି ଶ୍ରେଣୀର ଯାତ୍ରୀଙ୍କଠାରୁ ୫% ଓ ଅନ୍ୟମାନଙ୍କଠାରୁ ୧୨% ଜିଏସ୍‌ଟି ମଧ୍ୟ ଆଦାୟ କରାଯିବ।

ସମ୍ବନ୍ଧିତ ଖବର