ମଦ ପିଇ ଏୟାର ଇଣ୍ଡିଆ ବିମାନକୁ ପ୍ରବେଶ କରିବା ମହଙ୍ଗା ପଡ଼ିଲା, ୩ମାସ ପାଇଁ ନିଲମ୍ବିତ ହେଲେ ପାଇଲଟ

ନୂଆଦିଲ୍ଲୀ : ମଦ ପିଇ ବିମାନ ମଧ୍ୟକୁ ପ୍ରବେଶ କରିଥିବାରୁ ଏୟାର ଇଣ୍ଡିଆ ଜଣେ ପାଇଲଟ୍‌ଙ୍କୁ ୩ମାସ ପାଇଁ ନିଲମ୍ବିତ କରିଥିବା ଜଣା ପଡ଼ିଛି । ଘଟଣାଟି ଜୁଲାଇ ୧୩ରେ ଘଟିଥିବା ବେଳେ ଦିଲ୍ଲୀରୁ ବେଙ୍ଗାଲୁରୁ ଯିବାକୁ ଥିବା ବିମାନରେ ଯାତ୍ରା କରିବାକୁ ଅଡ଼ି ବସିଥିଲେ ପାଇଲଟ । କିନ୍ତୁ ଉଡ଼ାଣ ପୂର୍ବରୁ ତାଙ୍କର ଆଲକହଲ ଟେଷ୍ଟ କରାଯିବା ପରେ ସେ ମଦ ପିଇଥିବା ଜଣା ପଡ଼ିଥିଲା । ଯାହା ପରେ ପାଇଲଟଙ୍କୁ ଏବେ ଏଭଳି ଦଣ୍ଡ ମିଳିଛି ।

insideiim.com

ସୂଚନା ମୁତାବକ, ପାଇଲଟଙ୍କୁ ବେଙ୍ଗାଲୁରୁ ଯିବାକୁ ଥିବାରୁ ସେ ବିମାନ ମଧ୍ୟକୁ ପଶିଥିଲେ । ସବୁ ସିଟ୍‌ ପୁରି ସାରିଥିବା ଦେଖି କକ୍‌ପିଟ୍‌ରେ ଅତିରିକ୍ତ କ୍ର୍ୟୁ ସଦସ୍ୟ ଭାବେ ଯିବା ପାଇଁ ଅନୁରୋଧ କରିବାକୁ ଲାଗିଥିଲେ । ପାଇଲଟ୍‌ଙ୍କ ବ୍ୟବହାର ଦେଖି ତାଙ୍କର ବ୍ରେଥ୍‌ ଆନାଲାଇଜର ଟେଷ୍ଟ କରାଯିବା ପରେ ସେ ନିଶାଗ୍ରସ୍ତ ଥିବା ଜଣା ପଡ଼ିଥିଲା । ଯାହା ପରେ ତୁରନ୍ତ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ସହ ୩ମାସ ପାଇଁ ନିଲମ୍ବିତ କରାଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର