ଏୟାର ଇଣ୍ଡିଆରେ ବେତନ ବିଳମ୍ବ, ପାଇଲଟଙ୍କ ଧର୍ମଘଟ ଧମକ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ଆଉ ଏକ ଝଟ୍‌କା ଲାଗିଛି। କର୍ମଚାରୀଙ୍କୁ ମେ’ ମାସର ବେତନ ଏପର୍ଯ୍ୟନ୍ତ ମିଳିନାହିଁ। ଏୟାରଲାଇନ୍ସର ଆଞ୍ଚଳିକ ପାଇଲଟ ୟୁନିଟ୍‌ ଏ ନେଇ କମ୍ପାନିକୁ ଧମକ ମଧ୍ୟ ଦେବା ଆରମ୍ଭ କରିଦେଇଛି। ଯଦି ବେତନ ମିଳିବା ବିଳମ୍ବ ହୁଏ ତା’ହେଲେ ମ୍ୟାନେଜମେଣ୍ଟ ସହିତ ପାଇଲଟମାନେ ଅସହଯୋଗ କରିବା ଆରମ୍ଭ କରିଦେବେ। ଏୟାରଲାଇନ୍ସର ୧୧ ହଜାର କର୍ମଚାରୀଙ୍କୁ ଦରମା ମିଳିବା କ୍ରମାଗତ ଭାବେ ଗତ ୩ ମାସ ହେଲା ବିଳମ୍ବ ହେଉଛି। ସେଣ୍ଟ୍ରାଲ ଏକ୍‌ଜିକ୍ୟୁଟିଭ କମିଟି ଅଫ୍‌ ଇଣ୍ଡିଆନ୍‌ କମର୍ସିଆଲ ପାଇଲଟ୍‌ସ ଆସୋସିଏସନକୁ ଭାରତୀୟ ବାଣିଜ୍ୟିକ ପାଇଲଟ ସଂଘର ଏକ୍‌ଜିକ୍ୟୁଟିଭି କମିଟି ଏକ ଚିଠି ଲେଖି ଦର୍ଶାଇଛି ଯେ ପର୍ଯ୍ୟନ୍ତ ବେତନ ମିଳିନାହିଁ ସେପର୍ଯ୍ୟନ୍ତ ଅସହଯୋଗ ଜାରି ରହିବ। ତେବେ ମିଳିଥିବା ସୂଚନା ଅନୁଯାୟୀ ମେ ମାସର ବେତନ ପାଇବା ଲାଗି କର୍ମଚାରୀମାନଙ୍କୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର