ଏସାର୍‌ ଷ୍ଟିଲ୍‌କୁ ୪୨ ହଜାର କୋଟିରେ କିଣିବ ଆର୍ସେଲର ମିତ୍ତଲ!

ନୂଆଦିଲ୍ଲୀ,: ଏସାର୍‌ ଷ୍ଟିଲ୍‌ ଅଧିଗ୍ରହଣ ପାଇଁ ଆର୍ସେଲର ମିତ୍ତଲ ଋଣ ପ୍ରଦାନକାରୀ ସଂସ୍ଥା ଗୁଡ଼ିକ ନିକଟରେ ସଂଶୋଧିତ ନିଲାମ ଦାଖଲ କରିଛି। ଆର୍ସେଲର ମିତ୍ତଲ ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି। ଯଦିଓ କମ୍ପାନି କେତେ ଟଙ୍କାରେ ଏହି ନିଲାମ ଡାକିଛି ତାହା ଜଣା କହିନାହିଁ ତଥାପି ପୂର୍ବାପେକ୍ଷା ଏଥିରେ ଯଥେଷ୍ଟ ବୃଦ୍ଧି କରାଯାଇଛି ବୋଲି କୁହାଯାଇଛି। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆର୍ସେଲର ମିତ୍ତଲ ୪୨ ହଜାର କୋଟି ଟଙ୍କାର ନିଲାମ ଦାଖଲ କରିଛି। ନ୍ୟୁମେଟାଲ ଏଥିପାଇଁ ୩୭ ହଜାର କୋଟିର ନିଲାମ କରିଥିବା କୁହାଯାଉଛି। ଆଇବିସି ନିୟମର ଧାରା ୨୯କ କୁ ପୂରଣ ନକରିବା କାରଣରୁ ଉଭୟ ନ୍ୟୁମେଟାଲ ଏବଂ ଆର୍ସେଲର ମିିତ୍ତଲ ପ୍ରଥମ ପର୍ଯ୍ୟାୟରେ ଗତ ଫେବ୍ରୁଆରିରେ ଦାଖଲ କରିଥିବା ନିଲାମକୁ ଖାରଜ କରି ଦିଆଯାଇଥିଲା।

ସମ୍ବନ୍ଧିତ ଖବର