ନୂଆଦିଲ୍ଲୀ: ୫୦୦ଟଙ୍କାରେ କରନ୍ତୁ ବିମାନ ଯାତ୍ରା, ୪ଟି ଏୟାରଲାଇନ୍ସ ଦେଉଛନ୍ତି ରିହାତି

ନୂଆଦିଲ୍ଲୀ: ଭାରତରେ ଏୟାର ଫେୟାର ବା ବିମାନ ଭଡ଼ା ଲଗାତର କମ୍‌ ହେବାରେ ଲାଗିଛି। ଏମିତିରେ ଏୟାରଲାଇନ୍ସକୁ କ୍ଷତି ସହିବାକୁ ପଡୁଛି କିନ୍ତୁ ଯାତ୍ରୀଙ୍କୁ ମିଳୁଛି ଫାଇଦା। ସମ୍ପ୍ରତି ବିଭିନ୍ନ ଏୟାରଲାଇନ୍ସ ଅଲଗାଅଲଗା ଅଫର ନେଇ ଆସୁଛନ୍ତି।  ଏହି ଅଫର ମଧ୍ୟରୁ କୌଣସି ଅଫରକୁ ବାଛି ଶସ୍ତାରେ ବିମାନ ଯାତ୍ରା କରି ପାରିବେ।

ଜେଟ ଏୟାରେଓ୍ଵଜ ଘରୋଇ ବିମାନର ଭଡ଼ାରେ ୧୫ ପ୍ରତିଶତ ଛାଡ଼ କରିଛି। ଏଥିପାଇଁ ସେପ୍ଟେମ୍ବର ୧୮ ସୁଦ୍ଧା ଟିକେଟ ବୁକ୍‌ କରିବାକୁ ପଡ଼ିବ। ଅଫରର ଲାଭ ଉଠାଇବା ପାଇଁ ଟିକେଟ ଭିସା ଡେବିଟ କାର୍ଡ କିମ୍ବା କ୍ରେଡିଟ୍‌ କାର୍ଡରେ ପେମେଣ୍ଟ କରି ପାରିବେ।

ଗୋଏୟାର ନିଜର ଉଇକେଣ୍ଡ ସେଲରେ ବିମାନ ଭଡ଼ା ୭୯୯ଟଙ୍କାରୁ ଆରମ୍ଭ କରିଛି। ଏଥିରେ ୧୭ ଓ ୧୮ ସେପ୍ଟେମ୍ବର ଭିତରେ ବୁକିଂ ହେବ। ଟ୍ରାଭେଲ ପିରିୟଡ ଅକ୍ଟୋବର ୧ରୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ମିଳିବ। ଭିନ୍ନଭିନ୍ନ ବିମାନ ବନ୍ଦରର ରିହାତି ମୂଲ୍ୟ ଭିନ୍ନ ରହିଛି। ଦିଲ୍ଲୀରୁ କୌଣସି ସ୍ଥାନକୁ ଯାତ୍ରା କରିବାର ଥିଲେ ପ୍ରାରମ୍ଭିକ ଭଡ଼ା ୧,୦୯୯ରୁ ଆରମ୍ଭ ହେଉଛି। ପଟନା, ବେଙ୍ଗାଲୁରୁରେ ବି ଏହି ଭଡ଼ା ରହିଛି। ସେହିପରି ଜମ୍ମୁ, ଅହମ୍ମଦାବାଦରୁ ଯାତ୍ରା କରିବାର ଥିଲେ ୯୯୯ଟଙ୍କା ଭଡ଼ା ଦେବାକୁ ପଡ଼ିବ। ଏଥିରେ ସବୁଠାରୁ ଅଧିକ ଭଡ଼ା ହାଇଦ୍ରାବାଦ, ଚେନ୍ନାଇ ଓ ପୁଣେର ରହିଛି।

ସେହିପରି ୫୦୦, ୧୦୦୦ ଓ ୧୫୦୦ଟଙ୍କାରେ ବିମାନ ଯାତ୍ରା କରି ପାରିବେ। ୨୧ଟି ସ୍ଥାନରୁ କୌଣସି ଗୋଟିଏ ସ୍ଥାନ ପାଇଁ ବୁକିଂ କରି ପାରିବେ। ଏଥିରେ ଅମୃତସର, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଚେନ୍ନାଇ, ଗୋହ୍ଵାଟୀ, ହାଇଦ୍ରାବାଦ, ଇଫାଲ, ଇନ୍ଦୋର, ଜୟପୁର, କୋଲକାତା, କୋଚ୍ଚି, ନାଗପୁର, ନୂଆଦିଲ୍ଲୀ, ପଣାଜି, ପୁଣେ, ରାଞ୍ଜି, ଶ୍ରୀନଗର, ସୁରତ ଆଦି ସାମିଲ ରହିଛି। ଏହି ଅଫର ଜରିଆରେ ସେପ୍ଟେମ୍ବର ୧୭ରୁ ସେପ୍ଟେମ୍ବର ୨୩ ସୁଦ୍ଧା ଟିକେଟ ବୁକ୍‌ କରି ପାରିବେ। ଟ୍ରାଭେଲ ପରିୟଡ ସେପ୍ଟେମ୍ବର ୧୭ରୁ ୨୦୧୯ ନଭେମ୍ବର ପର୍ଯ୍ୟନ୍ତ ମିଳିବ।

ସମ୍ବନ୍ଧିତ ଖବର