୨୦୧୯ ଜୁଲାଇରୁ ପ୍ରତି କାର୍‌ରେ ଏୟାରବ୍ୟାଗ, ସିଟବେଲ୍ଟ ରିମାଇଣ୍ଡର ବାଧ୍ୟତାମୂଳକ

ନୂଆଦିଲ୍ଲୀ- ୨୦୧୯ ଜୁଲାଇ ପରେ ତିଆରି ହେବାକୁ ଥିବା ସବୁ କାର୍‌ରେ ଏୟାରବ୍ୟାଗ୍‌ ଓ ସିଟ୍‌ ବେଲଟ୍‌ ରିମାଇଣ୍ଡର ରହିବ । ଏହାକୁ କେନ୍ଦ୍ର ସରକାର ବାଧ୍ୟତାମୂଳକ କରିଛନ୍ତି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁସାରେ ଜୁଲାଇ ୧, ୨୦୧୯ ପରେ ନିର୍ମାଣ ହେବାକୁ ଥିବା ସବୁ କ୍ୟାଟେଗୋରୀ-୧ ଯାନରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ରହିବ । ଏବେ କେବଳ ଲକଜୁରୀ କାରଗୁଡିକରେ ଏସବୁ ବ୍ୟବସ୍ଥା ରହୁଛି ।

କେନ୍ଦ୍ର ସରକାର ଏବେ ସଡ଼କ ଓ ଗାଡ଼ିଗୁଡିକର ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଗତ ଅକ୍ଟୋବରଠାରୁ ନୂଆ କାର୍‌ ମଡେଲ ଗୁଡିକର ବାଧ୍ୟତାମୂଳକ କ୍ରାସ ଟେଷ୍ଟକୁ ବଢାଇଦିଆଯାଇଥିଲା । ଏହା ଅନୁଯାୟୀ ସାମନା ପଟୁ କ୍ରାସ ଟେଷ୍ଟ ଘଣ୍ଟା ପ୍ରତି ୫୬ କିଲୋମିଟର ରହିବାବେଳେ ଗୋଟିଏ ପାର୍ଶ୍ୱରୁ ତାହା ଘଣ୍ଟା ପ୍ରତି ୫୦ କିଲୋମିଟର ରହିବ । ତେବେ ପୁରୁଣା ମଡେଲ କାର ଗୁଡିକ ପାଇଁ ଏହି ନିୟମ ୨୦୧୯ରୁ ଲାଗୁ ହେବ । ଏପରିକି ପାଦଚଲା ଯାତ୍ରୀଙ୍କ ସୁରକ୍ଷା ଲାଗି କେତେକ ସୁରକ୍ଷାତ୍ମକ ପଦକ୍ଷେପ ନିଆଯାଉଛି । କାର ଗୁଡିକର ବନେଟ୍‌ ଡିଜାଇନ ଏପରି ରହିବ ଯେପରିକି ମାଡ ହେଲେ କମ ପାଚଚଲା ଯାତ୍ରୀଙ୍କ ଉପରେ କମ ପ୍ରଭାବ ପଡିବ ।

ସଡ଼କ ଦୁର୍ଘଟଣାରେ ପ୍ରତିବର୍ଷ ଅନେକ ଲୋକ ମୃତ୍ୟୁବରଣ କରନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ଏସବୁ ପଦକ୍ଷେପ ନେଉଛନ୍ତି ।

ସମ୍ବନ୍ଧିତ ଖବର