ବନ୍ଦ ହୋଇଯିବ କି ଏୟାରସେଲ ?

ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ଟେଲିକମ ସେବା ପ୍ରଦାନକାରୀ କମ୍ପାନି ଏୟାରସେଲ ପାଇଁ ଏବେ ଖରାପ ସମୟ ଚାଲିଛି । କମ୍ପାନି ଭୟଙ୍କର ଆର୍ଥିକ ସଂକଟରେ ପଡିଛି । କର୍ମଚାରୀମାନେ ଠିକ ସମୟରେ ଦରମା ପାଇପାରୁନାହାନ୍ତି, ନେଟଓ୍ଵାର୍କ ମଧ୍ୟ ଠିକ ରହୁନଥିବାରୁ ସେବାମାନ ଖରାପ ହୋଇଯାଇଛି ।

ତେବେ ଆଗକୁ ଆହୁରି ଖରାପ ସମୟ ଆସୁଛି ବୋଲି କହିଛନ୍ତି କମ୍ପାନିର ସିଇଓ କାଇଜାଦ ହାରଜି । କମ୍ପାନିର ପ୍ରାୟ ୫ ହଜାର କର୍ମଚାରୀଙ୍କୁ ଏକ ପତ୍ର ଲେଖି ସେ ଜଣାଇଛନ୍ତି ଯେ କମ୍ପାନି ପାଇଁ ଏକ ଖରାପ ସମୟ ଚାଲିଛି । ଆଗାମୀ ଦିନରେ ଏହା ଆହୁରି ଖରାପ ହୋଇପାରେ । କମ୍ପାନି ଏବେ କେବଳ ନିଜର ବ୍ୟବସାୟିକ କାରବାରରୁ ମିଳୁଥିବା ଅର୍ଥ ଅନୁସାରେ ଚାଲିଛି । ଗତ କିଛି ମାସ ହେଲା କୌଣସି ନୂଆ ପାଣ୍ଠି ମିଳିନାହିଁ । ଏହା ଦ୍ୱାରା ଆର୍ଥିକ ସଂକଟ ଘନୀଭୂତ ହୋଇଛି । ଏହାର ପ୍ରଭାବ କମ୍ପାନିର ସେବା ଉପରେ ପଡିଛି ।

ଭାରତରେ ରିଲାଏନ୍ସ ଜିଓ ସେବା ଆରମ୍ଭ କଲା ପରେ ଟେଲିକମ ଶିଳ୍ପରେ ପ୍ରବଳ ପ୍ରତିଯୋଗିତା ଦେଖାଦେଇଛି । ଏହାଫଳରେ କମ୍ପାନି ମାନଙ୍କ ଲାଭ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର