ଜାନୁୟାରୀରୁ ଏହି ୫ଟି ସର୍କଲରେ ବନ୍ଦ ହେବ ଏୟାରସେଲ ସେବା

ନୂଆଦିଲ୍ଲୀ: ଆସନ୍ତା ଜାନୁୟାରୀ ୩୦ ଠାରୁ ଦେଶର ୫ଟି ଟେଲିକମ ସର୍କଲରେ ସେବା ବନ୍ଦ କରିବ ଏୟାରସେଲ । ସେସବୁ ସର୍କଲଗୁଡ଼ିକ ହେଉଛନ୍ତି ଗୁଜୁରାଟ,ହିମାଚଳ, ମଧ୍ୟପ୍ରଦେଶ, ହରିୟାନା ଓ ଉତ୍ତରପ୍ରଦେଶ । ଏସବୁ ସର୍କଲରେ ଏୟାରସେଲର ସ୍ପେକ୍ଟ୍ରମ ଲାଇସେନ୍ସ ସମାପ୍ତ ହେବାରୁ ସ୍ପେକ୍ଟ୍ରମ ଫେରାଇବାକୁ ଟ୍ରାଇ କହିଛି । ଏହା ସହିତ ନିଜର ଗ୍ରାହକମାନେ ଯେପରି ସହଜରେ ଅନ୍ୟ ନେଟଓ୍ଵାର୍କକୁ ପୋର୍ଟ କରିପାରିବେ ତାହାର ବ୍ୟବସ୍ଥା କରିବାକୁ ଏୟାରସେଲକୁ ଟ୍ରାଇ କହିଛି । ବିଶେଷକରି ଗ୍ରାହକମାନଙ୍କ ନମ୍ବର ପୋର୍ଟେବିଲିଟି କୋଡ୍‌ ପ୍ରଦାନ ପାଇଁ ଟ୍ରାଇ ନିର୍ଦ୍ଦେଶ ଦେଇଛି । ଆହୁରି ମଧ୍ୟ ଜାନୁଆରୀ ୩୦ ପରେ କେଉଁ ଉପଭୋକ୍ତାମାନେ ଅନ୍ୟ ନେଟଓ୍ଵାର୍କକୁ ପୋର୍ଟ କଲେନାହିଁ ଓ ତାଙ୍କର କେତେ ପରିମାଣର ବାଲାନ୍ସ ବଳିଗଲା ସେ ସମ୍ପର୍କିତ ତଥ୍ୟ ପ୍ରଦାନ ଲାଗି ମଧ୍ୟ ଏୟାରସେଲକୁ ଟ୍ରାଇ ପକ୍ଷରୁ କୁହାଯାଇଛି ।

ଗତ ବର୍ଷ ଏୟାରସେଲ ଓ ଅନୀଲ ଅମ୍ବାନିଙ୍କ ରିଲାଏନ୍ସ କମ୍ୟୁନିକେସନ ମିଶ୍ରଣ ବିଷୟରେ ଘୋଷଣା କରାଯାଇଥିଲା । କିନ୍ତୁ ଗତ ସେପ୍ଟେମ୍ବର ମାସରେ ତାହା ବାତିଲ ହୋଇଯାଇଥିବା ଉଭୟ ପକ୍ଷ ଜଣାଇଥିଲେ । ଏହାପରେ ଏୟାରସେଲ ଘୋଷଣା କରିଥିଲା ଯେ ଏହା ଏକାକୀ ନିଜର ସେବା ଯୋଗାଣ ଅବ୍ୟାହତ ରଖିବ ।

ଗତ କାଲି ରିଲାଏନ୍ସ କମ୍ୟୁନିକେସନ୍ସ ଜଣାଇଥିଲା ଯେ ରିଲାଏନ୍ସ ଜିଓ ତାର କେତେକ ଆସେଟକୁ କିଣିବ । ତାହା ମଧ୍ୟରେ ରହିଛି ଟାଓ୍ଵାର, ଅପଟିକାଲ ଫାଇବର ନେଟଓ୍ଵାର୍କ ଓ ସ୍ପେକ୍ଟ୍ରମ ।

ସମ୍ବନ୍ଧିତ ଖବର