ଡିଜିସିଏଙ୍କ ନିର୍ଦ୍ଦେଶ : ବିମାନ ଟିକେଟ ବାତିଲ୍ ଦେୟ ୩୦୦୦ ଟଙ୍କା ଶସ୍ତା

ନୂଆଦିଲ୍ଲୀ: ବିମାନ ଟିକେଟ ବାତିଲ କରିବା ଦ୍ୱାରା ଅଧିକ ପରିମାଣର ଚାର୍ଜ କାଟୁଥିବା ନେଇ ଏୟାରଲାଇନ୍ସ କମ୍ପାନି ଉପରେ ଡାଇରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ୍‌ ଏଭିଏସନ୍‌ (ଡିଜିସିଏ) ଶକ୍ତ ନିୟମ ଜାରି କରିଛନ୍ତି । ଡିଜିସିଏଙ୍କ ଠାରୁ ଏହି ନିର୍ଦ୍ଦେଶ ପାଇବା ପରେ ଏୟାରଲାଇନ୍ସ କମ୍ପାନି କ୍ୟାନ୍‌ସେ୍‌ଲେସନ୍‌ ନିୟମରେ ପରିବର୍ତ୍ତନ ଆଣିବାକୁ ଯାଉଛି। ଅନେକ ଦିନ ହେବ ଡିଜିସିଏକୁ  କ୍ୟାନ୍‌ସେ୍‌ଲେସନ ଫି ଅଧିକ ହେଉଥିବା ନେଇ ଅଭିଯୋଗ ମିଳିଥିଲା। ପ୍ରଥମେ ବିମାନ ଟିକେଟ ବାତିଲ କରିବା ନେଇ ୩,୦୦୦ଟଙ୍କାର ଚାର୍ଜ କାଟି ଦିଆଯାଉଥିଲା। ଏଥିପାଇଁ ଶସ୍ତାରେ ଟିକେଟ କିଣୁଥିବା ଯାତ୍ରୀଙ୍କୁ ଏ ନେଇ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଅନେକ ଥର କ୍ୟାନ୍‌ସେ୍‌ଲେସନ ଫି ଟିକେଟ ମୂଲ୍ୟ ଠାରୁ ବି ଅଧିକ ହୋଇଥାଏ।

ଏୟାରଲାଇନ୍ସ ଟିକେଟ କ୍ୟାନ୍‌ସେ୍‌ଲେସନ ଚାର୍ଜରେ ପରିବର୍ତ୍ତନ କରିବା ନେଇ ଘୋଷଣା କରିଛନ୍ତି । କମ୍ପାନି କହିବାନୁସାରେ, ଏଣିକି ଟିକେଟ୍‌ କ୍ୟାନ୍‌ସେ୍‌ଲେସନ କରିବା ଦ୍ୱାରା ଯାତ୍ରୀଙ୍କୁ ୩୦୦୦ଟଙ୍କାରୁ କମ୍‌ ରାଶି ପୈଠ କରିବାକୁ ପଡ଼ିବ। କମ୍ପାନିର ଏହି ନିୟମ ଅନୁସାରେ ଶସ୍ତାରେ ଟିକେଟ ଅଥବା ୩,୦୦୦ଟଙ୍କାରୁ କମ୍‌ ମୂଲ୍ୟର ଟିକେଟ କିଣୁଥିବା ଯାତ୍ରୀଙ୍କୁ ଅଧିକ ଫାଇଦା ମିଳିବ। ଅର୍ଥାତ୍‌ ଏଣିକି ବିମାନ ଟିକେଟ ବାତିଲ କରିବା ଦ୍ୱାରା ଯାତ୍ରୀଙ୍କ ସମ୍ପୂର୍ଣ୍ଣ ଟଙ୍କା ବୁଡିବ ନାହିଁ।

ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ମହଙ୍ଗା କ୍ୟାନ୍‌ସେ୍‌ଲେସନ ଚାର୍ଜକୁ ନେଇ ଚିନ୍ତାରେ ଥିଲେ। ଏହାପରେ ଡିଜିସିଏର ମହାନିର୍ଦ୍ଦେଶକ ଏୟାରଲାଇନ୍‌ କମ୍ପାନିଙ୍କୁ ଟିକେଟ ବାତିଲ ନେଇ କ୍ୟାନ୍‌ସେଲେସନ୍‌ ଚାର୍ଜ ସମ୍ପର୍କରେ ସୂଚନା ମାଗିଥିଲେ। ଡିଜିସିଏ ନିୟମ ଅନୁସାରେ କ୍ୟାନ୍‌ସେଲେସନ୍‌ ଫି କଦାପି ବେସ୍‌ ଫେୟର ଓ ଫ୍ୟୁଏଲ ସରଚାର୍ଜର ରାଶିଠାରୁ ଅଧିକ ହେବା ଉଚିତ ନୁହେଁ।

ସମ୍ବନ୍ଧିତ ଖବର