ଓଡ଼ିଶାରେ ନିଜର ୪-ଜି ନେଟଓ୍ୱାର୍କ ବଢାଇଚାଲିଛି ଏୟାରଟେଲ୍

ଭୁବନେଶ୍ୱର: ଅଗ୍ରଣୀ ଟେଲିକମ୍ ସଂସ୍ଥା ଭାରତୀ ଏୟାରଟେଲ୍ ଓଡ଼ିଶାରେ ଏହାର ନେଟଓ୍ୱାର୍କରେ ଉନ୍ନତି ଆଣୁଛି ଏହା ସମସ୍ତ ୪ଜି ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ଭାରତର ଦୃତତମ ମୋବାଇଲ୍ ନେଟଓ୍ୱାର୍କ ଓ ଉନ୍ନତ ମାନର ଭଏସ୍ ଅନୁଭୂତି ପ୍ରଦାନ କରୁଛି କମ୍ପାନୀ ଅତ୍ୟାଧୁନିକ ନେଟଓ୍ୱାର୍କ ସଫ୍ଟେଓ୍ୱୟାର ମାଧ୍ୟମରେ ମଧ୍ୟ ୩ଜି ନେଟଓ୍ୱାର୍କରେ ଉନ୍ନତି ଆଣୁଛି । ଏୟାରଟେଲ୍ ଗ୍ରାହକମାନଙ୍କୁ ଦୃତ ଡାଟା ଅନୁଭୂତି ପ୍ରଦାନ କରିବା ପାଇଁ ଓଡ଼ିଶାରେ ମଧ୍ୟ ଏହାର ୪ଜି କଭରେଜକୁ ସମ୍ପ୍ରସାରିତ କରୁଛି ଏହା ଉଭୟ ଇନଡ଼ୋର୍ ଏବଂ ଆଉଟଡୋର୍ ମାନଙ୍କରେ ୪ଜି ଉପଲବ୍ଧତାକୁ ବୃଦ୍ଧି କରାଉଛି ଅନେକ ଥର ଏୟାରଟେଲ୍ ବିଶ୍ୱସ୍ତରୀୟ ଏଜେନ୍ସିମାନଙ୍କ ଦ୍ୱାରା ଭାରତର ଦୃତତମ ୪ଜି ନେଟଓ୍ୱାର୍କ ଭାବେ ଘୋଷିତ ହୋଇଛି ଉନ୍ନତ ମାନର ୪ଜି ଉପଲବ୍ଧତା ପାଇବା ପାଇଁ ଗ୍ରାହକମାନେ ଏୟାରଟେଲ୍ ଭୋଲଟିକୁ ଗ୍ରହଣ କରିପାରିବେ, ଯାହା ସେମାନଙ୍କୁ ଏଚଡି ଭଏସ୍ କ୍ୱାଲିଟି ଓ ଦୃତ କଲ୍ ସେଟ୍ ଅପ୍ ପ୍ରଦାନ କରିବାରେ ସକ୍ଷମ ୪ଜି ଉପଲବ୍ଧ ନଥିବା ସ୍ଥାନମାନଙ୍କରେ ଏୟାରଟେଲ୍ ଭୋଲଟି ଗ୍ରାହକମାନଙ୍କୁ ୩ଜି/୨ଜି ସେବା ମଧ୍ୟ ପ୍ରଦାନ କରୁଛି ।

ସମ୍ବନ୍ଧିତ ଖବର