ଏୟାରଟେଲ୍‌ ୪ଜି ନେଟ୍‌ଓ୍ଵର୍କର ସମ୍ପ୍ରସାରଣ

ଭୁବନେଶ୍ୱର: ଓଡ଼ିଶାର ଗ୍ରାହକମାନଙ୍କୁ ଉନ୍ନତ ୪ଜି ଅନୁଭୂତି ପ୍ରଦାନ କରିବା ପାଇଁ ଦେଶର ଅଗ୍ରଣୀ ମୋବାଇଲ୍‌ ସେବା ପ୍ରଦାନକାରୀ ଏୟାରଟେଲ୍‌ ପକ୍ଷରୁ ଏହାର ନେଟ୍‌ଓ୍ଵର୍କକୁ ସମ୍ପ୍ରସାରିତ କରାଯାଉଛି। ଏ ସମ୍ପର୍କରେ କଂପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ-ଓଡ଼ିଶା ଓ ପଶ୍ଚିମବଙ୍ଗ ସମୀର୍‌ ଅଞ୍ଜାରିଆ କହିଛନ୍ତି ଯେ, ଗ୍ରାହକମାନଙ୍କୁ ଉନ୍ନତ ସେବା ପ୍ରଦାନ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ପ୍ରଥମରୁ ଭାରତର ଦ୍ରୁତତମ ନେଟଓ୍ଵର୍କ ପ୍ରଦାନ କରିବାରେ କ୍ଷେତ୍ରରେ କଂପାନି ନିଜକୁ ପ୍ରତିଷ୍ଠିତ କରିପାରିଛି। ସ୍ମାର୍ଟଫୋନ୍‌ ବ୍ୟବହାରକାରୀମାନଙ୍କୁ ଉନ୍ନତ ମାନର ଭଏସ୍‌ ଅନୁଭୂତି ପ୍ରଦାନ କରିବା ପାଇଁ କଂପାନି ନିଜ ନେଟ୍‌ଓ୍ଵର୍କରେ ଉନ୍ନତୀକରଣ ଜାରି ରଖିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର