ଏୟାରଟେଲ୍‌ର ବମ୍ପର ଅଫର : ପ୍ରତିଦିନ ୨ଜିବି ଡାଟା ସହ ମିଳିବ ୪ଲକ୍ଷ ଟଙ୍କାର ବୀମା

ନୂଆଦିଲ୍ଲୀ : ଟେଲିକମ କମ୍ପାନୀ ଏୟାରଟେଲ ଭାରତୀ ଏଏକ୍ସଏ ଜୀବନ ବୀମା କମ୍ପାନୀ ସହ ସହବନ୍ଧନ କରି ଏକ ବମ୍ପର ଅଫର ଆଣିଛି । ବ୍ୟବହାରକାରୀ କେବଳ ୫୯୯ଟଙ୍କାରେ ଏହି ଅଫରର ଲାଭ ଉଠାଇ ପାରିବେ । ଏହି ଅଫର ମାଧ୍ୟମରେ ଅନ୍‌ଲିମିଟେଡ୍‌ ଫୋନ୍‌ କଲ ସହ ୨ଜିବି ଡାଟା ଓ ୪ଲକ୍ଷ ଟଙ୍କାର ଜୀବନ ବୀମା ମିଳିବବୋଲି ଜଣା ପଡ଼ିଛି । ଥରେ ରିଚାର୍ଜ କଲେ ଏହାର ସମୟ ଅବଧି ୮୪ଦିନ ପର୍ଯ୍ୟନ୍ତ ରହିବ । ଏୟାରଟେଲ୍‌ର ୨୪୯ ପ୍ରିପେଡ୍‌ ପ୍ଲାନ୍‌ରେ ମଧ୍ୟ ବ୍ୟବହାରକାରୀଙ୍କୁ ୪ଲକ୍ଷ ଟଙ୍କାର ଜୀବନ ବୀମା ମିଳିବ ବୋଲି ଜଣା ପଡ଼ିଛି ।

Image result for airtel
Business Standard

ପୂର୍ବରୁ ଏୟାରଟେଲ୍‌ ୪୯୯ଟଙ୍କାର ପ୍ଲାନ୍‌ ରଖିଥିବା ବେଳେ ଏହି ପ୍ଲାନ୍‌ରେ ବ୍ୟବହାରକାରୀଙ୍କୁ ୨ଜିବି ଡାଟା ଦିଆଯିବା ସହ ଏହାର ସମୟ ଅବଧି ୮୨ଦିନ ପର୍ଯ୍ୟନ୍ତ ରହିଥିଲା । ଏବେ ବ୍ୟବହାରକାରୀମାନେ ୫୯୯ର ପ୍ରଥମ ରିଚାର୍ଜ କରିବା ପରେ ପ୍ରଥମେ ତାଙ୍କୁ ବୀମା ପାଇଁ ନିଜର ନାମାଙ୍କନ କରିବାକୁ ପଡ଼ିବ । ମେସେଜ୍‌, ଏୟାରଟେଲ୍‌ ଥ୍ୟାଙ୍କ୍‌ସ ଆପ୍‌ ବା ଏୟାରଟେଲ୍‌ର ଅଧିକୃତ ରିଟେଲ ଷ୍ଟୋର ଜରିଆରେ ବ୍ୟବହାରକାରୀମାନେ ବୀମା ପାଇଁ ନାମାଙ୍କନ କରି ପାରିବେ । ୧୮-୫୪ବର୍ଷୀୟ ବ୍ୟକ୍ତିମାନେ ଏହି ବୀମାର ଲାଭ ଉଠାଇ ପାରିବେ ବୋଲି ଜଣା ପଡ଼ିଛି । ବୀମାର ଲାଭ ଉଠାଇବା ପାଇଁ ଅତିରିକ୍ତ କାଗଜପତ୍ର କାମ ବା ଡାକ୍ତରୀ ପରୀକ୍ଷଣର କୌଣସି ଆବଶ୍ୟକତା ପଡ଼ିବ ନାହିଁ । ନାମାଙ୍କନର ତୁରନ୍ତ ପରେ ବୀମାର ପ୍ରମାଣପତ୍ର ଆପଣଙ୍କୁ ଅନ୍‌ଲାଇନ୍‌ ମିଳିଯିବ । ବ୍ୟବହାରକାରୀ ଅନୁରୋଧ କଲେ ତାଙ୍କ ଠିକଣାରେ ବୀମାର ପ୍ରମାଣପତ୍ର ମଧ୍ୟ ପଠାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ସୁବିଧା ଏବେ ତାମିଲନାଡୁ ଓ ପୁଡୁଚେରୀରେ ରହୁଥିବା ଲୋକଙ୍କୁ ମିଳିବା ସହ ପରେ ଏହାକୁ ସାରା ଦେଶରେ ଲାଗୁ କରାଯିବ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର