୪ଜି ଡାଉନ୍‌ଲୋଡ ସ୍ପିଡ୍‌ରେ ଜିଓ ଓ ଭୋଡାଫୋନ୍‌କୁ ପଛରେ ପକାଇଲା ଏୟାରଟେଲ

ନୂଆଦିଲ୍ଲୀ: ଓ୍ଵୟାରଲେସ କଭରେଜ ମେପିଂ କମ୍ପାନି ଓପନ୍‌ସିଗନାଲ ଭାରତରେ ମୋବାଇଲ ୪ଜି ନେଟଓ୍ଵାର୍କ ଉପରେ ତାଜା ରିପୋର୍ଟ ଜାରି କରିଛି। ରିପୋର୍ଟରେ ୨୦୧୭ ଡିସେମ୍ବର  ୧ରୁ ୨୦୧୮ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ନେଟଓ୍ଵାର୍କକୁ ଆକଳନ କରାଯାଇଛି। କୁହାଯାଉଛି କି, ଗତ ୬ମାସ ଭିତରେ ଭାରତରେ ୪ଜି ନେଟଓ୍ଵାର୍କ ବହୁଳ ଭାବେ ବୃଦ୍ଧି ପାଇଛି। ଏଣିକି ଏଲଟିଇ ସିଗନାଲ ପ୍ରତ୍ୟେକ ଟେଲିକମ୍‌ କମ୍ପାନି ପାଇଁ ପ୍ରାଥମିକତା ରଖାଯାଇଛି।  ଓପନ୍‌ସିଗନାଲ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟରେ ୩ଜି ଓ ୪ଜି ସ୍ପିଡ୍‌ରେ ଏୟାରଟେଲ ସବୁଠାରୁ ଶୀର୍ଷରେ ରହିଛି। ସ୍ପିଡ୍‌ ମାମଲାରେ ଏହି ଟେଲିକମ୍‌ କମ୍ପାନି ରିଲାଏନ୍ସ ଜିଓକୁ ପଛରେ ପକାଇଛି। ସମସ୍ତ ନେଟଓ୍ଵାର୍କକୁ ମିଶାଇଲେ ଏୟାରଟେଲର ଡାଉନ୍‌ଲୋଡ ସ୍ପିଡ୍‌ ୬ ଏମବିପିଏସ୍‌ ରହିଥିବା ବେଳେ ଜିଓର ୫.୧ ଏମ୍‌ବିପିଏସ୍‌ ସ୍ପିଡ୍‌ ରହିଛି।

ନିକଟରେ ଜିଓ ବାକି କମ୍ପାନି ତୁଳନାରେ ୪ଜି ନେଟଓ୍ଵାର୍କ ଉପଲବ୍ଧ କରାଇବା ମାମଲାରେ ଆଗରେ ରହିଛି। ଏହି କମ୍ପାନି ଏୟାରଟେଲ, ଭୋଡାଫୋନ୍‌ ଓ ଆଇଡିଆକୁ ପାଖାପାଖି ୨୭ ପ୍ରତିଶତ ପଏଣ୍ଟରେ ପଛରେ ପକାଇଛି।

ସମ୍ବନ୍ଧିତ ଖବର