ଜିଓକୁ ଟକ୍କର ଦେବାକୁ ଏୟାରଟେଲ ଆଣିଲା ଏକ୍ସଟ୍ରିମ୍

ମୁମ୍ବାଇ:ଜିଓର ଜିଓଫାଇବରକୁ ଟକ୍କର ଦେବାକୁ ଏୟାରଟେଲ୍ ପକ୍ଷରୁ ଏକ୍ସଟ୍ରିମ୍ ସେବାର ଶୁଭାରମ୍ଭ କରାଯାଇଛି। କଂପାନି ଏକ୍ସଟ୍ରିମ୍ ଷ୍ଟିକ୍ ଓ ଏକ୍ସଟ୍ରିମ୍ ସେଟ୍‌-ଟପ୍ ବକ୍ସ ଆଣିଛି। ଏୟାରଟେଲ୍‌ ଏକ୍ସଟ୍ରିମ୍‌ରେ ଉପଭୋକ୍ତା ୧ ଜିବିପିଏସର ଇଣ୍ଟରନେଟ ପାଇପାରିବେ | ଏୟାରଟେଲ୍‌ର ଉଭୟ ଷ୍ଟିକ୍ ଓ ସେଟ୍‌-ଟପ୍‌ ବକ୍ସର ମୂଲ୍ୟ ୩୯୯୯ ଟଙ୍କା ଲେଖାଏଁ ରଖାଯାଇଛି। ଏୟାରଟେଲ୍‌ ଥାଙ୍କସ୍‌ ଗ୍ରାହକଙ୍କୁ କେତେକ ପ୍ରିମିୟମ୍ ସେବା ମାଗଣାରେ ଉପଲବ୍ଧ କରାଯିବ। ଏୟାରଟେଲ୍‌ର ଏହି ଦୁଇ ଉତ୍ପାଦ ଅନଲାଇନ୍‌ରେ ଉପଲବ୍ଧ ହେଉଛି। ଏୟାରଟେଲ୍‌ ଏକ୍ସଟ୍ରିମ୍ ଷ୍ଟିକ୍‌ରେ ଆଣ୍ଡ୍ରଏଡ୍‌ ୮.୦ ରହିଛି।

businesstoday.in

ଏହାକୁ ମୋବାଇଲ୍ ଫୋନ୍, ପିସି ଓ ସ୍ମାର୍ଟ ଟିଭିରେ ଚଲାଇହେବ। ଏଠାରେ ସୂଚନା ଥାଉ କି ରିଲାଏନ୍ସ ଜିଓ ପକ୍ଷରୁ ବହୁପ୍ରତୀକ୍ଷିତ ବ୍ରଡବ୍ୟାଣ୍ଡ ସେବା ଜିଓଫାଇବର ସେପ୍ଟେମ୍ବର ୫ଥରୁ ଦେଶବ୍ୟାପୀ ୧୬୦୦ ସହରରେ ଆରମ୍ଭ କରାଯାଇଥିଲା । ଏହି ସେବା ମାଧ୍ୟମରେ ଜିଓ ୧୦୦ ଏମବିପିଏସରୁ ୧ ଜିବିପିଏସ ସ୍ପିଡରେ ଇଣ୍ଟରନେଟ ସେବା ଯୋଗାଇଦେଉଛି । ମାସିକ ପ୍ଲାନ ୬୯୯ ଟଙ୍କାରୁ ୮୪୯୯ ଟଙ୍କା ପର୍ଯ୍ୟନ୍ତ ରହିଛି ।

କମ୍ପାନି ପକ୍ଷରୁ ୬ଟି ମାସିକ ପ୍ଲାନ ଓ ୩ଟି ବାର୍ଷିକ ପ୍ଲାନ ଘୋଷଣା କରାଯାଇଛି । ଏହା ସହିତ ମାସିକ କିସ୍ତି ବ୍ୟବସ୍ଥା ମଧ୍ୟ ରହିଛି । ଗତ ମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ସାଧାରଣ ବୈଠକ ଅବସରରେ ଜିଓଫାଇବର ଲଞ୍ଚ୍‌ ହେବା ସଂପର୍କରେ ଘୋଷଣା କରାଯାଇଥିଲା ।

ସମ୍ବନ୍ଧିତ ଖବର