ଡାଉନଲୋଡ ସ୍ପିଡରେ ଜିଓକୁ ପଛରେ ପକାଇଲା ଏୟାରଟେଲ

ଭୁବନେଶ୍ୱର: ଇଣ୍ଟରନେଟ ଡାଉନଲୋଡ ସ୍ପିଡ ପ୍ରଦାନ କରିବାରେ ଏୟାରଟେଲ ଅନ୍ୟସବୁ ଅପରେଟରଙ୍କୁ ଟପିଯାଇଛି । ଏହାର ଡାଉନଲୋଡ ବେଗ ହେଉଛି ୭.୫୩ ଏମ୍‌ବିପିଏସ୍‌। ନଭେମ୍ବର ମାସରେ ଏୟାରଟେଲ୍‌ର ଡାଉନ୍‌ଲୋଡ୍‌ ସ୍ପିଡ୍‌ ଅନ୍ୟମାନଙ୍କ ଠାରୁ ଅଧିକ ରହିଛି ବୋଲି ଓପୋନ୍‌ ସିଗ୍‌ନାଲ୍‌ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ନଭେମ୍ବରରେ ରିଲାଏନ୍ସ ଜିଓର ଡାଉନ୍‌ଲୋଡ୍‌ ସ୍ପିଡ୍‌ ୫.୪୭ ଏମ୍‌ବିପିଏସ୍‌, ଭୋଡାଫୋନ୍‌ର ୫.୨୦ ଏମ୍‌ବିପିଏସ୍‌, ଆଇଡିଆର ୪.୯୨ ଏମ୍‌ବିପିଏସ୍‌ ଓ ବିଏସଏନ୍‌ଏଲ୍‌ର ୨.୭୦ ଏମ୍‌ବିପିଏସ୍‌ ରେକର୍ଡ କରାଯାଇଛି। ବିଗତ ଛଅ ମାସ ଭିତରେ ୭.୫ ଏମ୍‌ବିପିଏସ୍‌ ଡାଉନ୍‌ଲୋଡ୍‌ ସ୍ପିଡ୍‌ ପର୍ଯ୍ୟନ୍ତ ପହଞ୍ଚିବାରେ ଏୟାରଟେଲ୍‌ ୨୫% ଅଭିବୃଦ୍ଧି ହାସଲ କରିଛି। କେବଳ ୪ଜି ଅପରେଟରମାନଙ୍କୁ ଯଦି ବିଚାରକୁ ନିଆଯିବ ତେବେ ୯.୯୬ ଏମ୍‌ବିପିଏସ୍‌ ସହିତ ଏୟାରଟେଲ୍‌ ଅନ୍ୟମାନଙ୍କଠାରୁ ବହୁତ ଆଗରେ ରହିଛି। ଦେଶର ୧୬ ଟି ଟେଲିକମ୍‌ ସର୍କଲ୍‌ରେ ଏୟାରଟେଲ୍‌ ଶୀର୍ଷ ସ୍ଥାନରେ ରହିଛି। ଓଡ଼ିଶାରେ ଏୟାରଟେଲ୍‌ର ସ୍କୋର୍‌ ୯.୮୮ ଏମ୍‌ବିପିଏସ୍‌ ରହିଛି। ଏ ସମ୍ପର୍କରେ ରଣଦୀପ ଶେଖନ୍‌, ସିଟିଓ, ଭାରତୀ ଏୟାରଟେଲ୍‌ କହିଛନ୍ତି ଯେ, ‘ଆମେ ଏହା ଜାଣି ବହୁତ ଖୁସି ଯେ ଏକ ଅନ୍ତର୍ଜାତିକ ରେଟିଂ ପ୍ଲାଟଫର୍ମ ଏୟାରଟେଲ୍‌କୁ ଭାରତର ଦ୍ରୁତ ନେଟୱର୍କ ମାନ୍ୟତା ପ୍ରଦାନ କରିଛି। ଏହି ରିପୋର୍ଟ ଏୟାରଟେଲ୍‌ର ନେଟ୍‌ୱର୍କରେ ଉତ୍କର୍ଷ ହାସଲ କରିବା ପ୍ରତି ଧ୍ୟାନର ପ୍ରତିଫଳନ। ଆମେ ସବୁ ବେଳେ ଦ୍ରୁତ ଓ ଶ୍ରେଷ୍ଠ ନେଟ୍‌ୱର୍କ ବିକଶିତ କରିବା ଉପରେ ଗୁରୁତ୍ୱ ଦେଉଛୁ ଯାହା ଆମର ଗ୍ରାହକମାନଙ୍କୁ ଉଚ୍ଚ ମାନର ଡିଜିଟାଲ୍‌ ଅନୁଭୂତି ପ୍ରଦାନ କରିବ।

ସମ୍ବନ୍ଧିତ ଖବର