ଆଇଫୋନ୍‌ ୭ ଉପରେ ଏୟାରଟେଲ୍‌ର ଅଫର୍‌

ଭୁବନେଶ୍ୱର: ଦେଶର ଅଗ୍ରଣୀ ମୋବାଇଲ୍‌ ସେବା ପ୍ରଦାନକାରୀ ଏୟାରଟେଲ୍‌ର ଅନଲାଇନ୍‌ ଷ୍ଟୋର୍‌ରେ ଆପଲ୍‌ କଂପାନିର ଆଇଫୋନ୍‌ ୭ ଏବଂ ଆଇଫୋନ୍‌ ୭ ପ୍ଲସ୍‌ ଉପଲବ୍ଧ ହୋଇଛି। କଂପାନି ପକ୍ଷରୁ ଆଇଫୋନ୍‌ ୭କୁ ୭୭୭୭ ଟଙ୍କାର ଡାଉନ୍‌ ପେମେଣ୍ଟ୍‌ରେ ପ୍ରଦାନ କରାଯାଉଛି। ଏହା ବାଦ ଗ୍ରାହକମାନଙ୍କୁ ୨୪ ମାସ ପର୍ଯ୍ୟନ୍ତ ମାସିକ ୨୪୯୯ ଟଙ୍କାର କିସ୍ତି ଦେବାକୁ ପଡ଼ିବ। ଏହା ସହିତ ଗ୍ରାହକମାନେ ପାଇବେ ୩୦ ଜିବି ଡାଟା, ଅସୀମିତ କଲ ଏବଂ ଏୟାରଟେଲ ସୁରକ୍ଷା ପ୍ୟାକେଜ ପ୍ରଦାନ କରୁଛି। ବର୍ତ୍ତମାନ ଏୟାରଟେଲର ଅନଲାଇନ ଷ୍ଟୋର ଭାରତର ୨୧ଟି ସହରରେ ରହିଥିବାବେଳେ, ଅନ୍ୟ ସହରରେ ଯଥାଶିଘ୍ର ଖୋଲାଯିବାର ଯୋଜନା ରହିଛି ବୋଲି କଂପାନିର ନିର୍ଦେଶକ ହରମୀନ ମେହେତା କହିଛନ୍ତି।

ସମ୍ବନ୍ଧିତ ଖବର