ଏୟାରଟେଲର ନୂତନ ପ୍ଲାନ୍‌, ରିଚାର୍ଜ ପରେ ୧୦୦ ପ୍ରତିଶତ କ୍ୟାସବ୍ୟାକ୍‌

ନୂଆଦିଲ୍ଲୀ: ଗତବର୍ଷ ସେପ୍ଟେମ୍ବର ୫ରେ ରିଲାଏନ୍ସ ଜିଓ ଦମଦାର ଅଫର ସହିତ ବଜାରକୁ ପ୍ରବେଶ କରି ଟେଲିକମ ସେକ୍ଟେରରେ ହଇଚଇ ସୃଷ୍ଟି କରିଥିଲା। ତେବେ ରିଲାଏନ୍ସ ଜିଓକୁ ଟକ୍କର ଦେବାକୁ ଯାଇ ଏୟାରଟେଲ ଓ ଭୋଡ଼ାଫୋନ୍‌ ସେମାନଙ୍କ ଡାଟା ପ୍ଲାନ୍‌ରେ ପରିବର୍ତ୍ତନ ଆଣିଛିନ୍ତି। ତେବେ ଏୟାରଟେଲ୍‌ ଫେଷ୍ଟିଭ୍‌ ସିଜିନ୍‌କୁ ଦୃଷ୍ଟିରେ ରଖି ୧୦୦ପ୍ରତିଶତ କ୍ୟାସବ୍ୟାକ୍‌ ଅଫର୍‌ ଲଞ୍ଚ କରିଛନ୍ତି। ଏହି ଅଫର୍‌ ୩୪୯ଟଙ୍କା ରହିଛି। ଏହି ଅଫରର ସମୟସୀମା ଖୁବ୍‌ କମ୍‌ ରହିଛି । ଏହାପୂର୍ବରୁ  ଜିଓ ୩୯୯ ଟଙ୍କାର ପ୍ଲାନ୍‌ର ଲଞ୍ଚ କରିଥିଲା।

ଏୟାରଟେଲର ୩୪୯ ପ୍ଲାନ୍‌ ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ଉପଲବ୍ଧ। ପ୍ରଥମେ ଆପଣ ୩୪୯ ଟଙ୍କା ଦେଇ ରିଚାର୍ଜ କରିବେ। ଏହାପରେ ଆପଣଙ୍କୁ ୩୪୯ ଟଙ୍କା କ୍ୟାସବ୍ୟାକ୍‌ ଆକାରରେ ଫେରାଇ ଦିଆଯିବ। ଏହା ୭ଟି ଇନଷ୍ଟଲମେଣ୍ଟରେ ମିଳିବ। ଆଉ ଏଥିପାଇଁ ୭ ମାସ ମଧ୍ୟ ସମୟ ମିଳିବ। ଏହି ଅଫର୍‌ ପାଇଁ ଉପଭୋକ୍ତାଙ୍କୁ ଏୟାର ଟେଲ୍‌ ଆପ୍‌ ବ୍ୟବହାର କରି ଏୟାରଟେଲ୍‌ ପେମେଣ୍ଟ ବ୍ୟାଙ୍କରେ ରିଚାର୍ଜ କରିବାକୁ ପଡ଼ିବ।

ପ୍ରଥମ ମାସରେ ଗ୍ରାହକଙ୍କୁ କୌଣସି ରିଫଣ୍ଡ୍‌ ମିଳିବ ନାହିଁ। ଦ୍ୱିତୀୟ ମାସ ଠାରୁ ଅର୍ଥ ଫେରି ପାଇବେ। ଗୋଟିଏ ଥରରେ ମାତ୍ର ୫୦ ଟଙ୍କା କ୍ୟାସବ୍ୟାକ୍‌ ହେବ। ୭ ମାସରେ ଆପଣଙ୍କୁ ୩୪୯ଟଙ୍କାର ସଂପୂର୍ଣ୍ଣ କ୍ୟାସବ୍ୟାକ୍‌ ମିଳି ଯିବ। ଏହି ଅଫର୍‌ ଏୟାରଟେଲ ‘ମାଇଁ ଆପ୍‌’ରେ ଉପଲବ୍ଧ ହୋଇଛି। ଏୟାରଟେଲ ଏହି ପ୍ଲାନ୍‌ ଅନୁସାରେ ଉପଭୋକ୍ତାଙ୍କୁ ୨୮ ଦିନ ପର୍ଯ୍ୟନ୍ତ ପ୍ରତି ଦିନ ୧ଜିବ ୪ଜି ଡାଟା ମିଳିବ। ଏହା ବ୍ୟତୀତ କୌଣସି ବି ନେଟ୍‌ୱାର୍କରେ ଲୋକାଲ ଓ ଏସ୍‌ଟିଡିର ଭଏସ୍‌ କଲିଙ୍ଗ୍‌ ଅସୀମିତ ରହିବ।

ସମ୍ବନ୍ଧିତ ଖବର