ଏୟାରଟେଲ ଲଞ୍ଚ କଲା ୧୨୯ଟଙ୍କାର ନୂତନ ପ୍ଲାନ୍‌, ଜାଣନ୍ତୁ କ’ଣ ରହିଛି ଏହାର ଫାଇଦା

ନୂଆଦିଲ୍ଲୀ: ଜିଓକୁ ଟକ୍କର ଦେବା ପାଇଁ ଟେଲିକମ୍‌ କମ୍ପାନି ପ୍ରତିଦିନ ନୂଆନୂଆ ପ୍ଲାନ୍‌ ଲଞ୍ଚ କରୁଛନ୍ତି। ଏହି କ୍ରମରେ ଏବେ ଏୟାରଟେଲ ଏକ ନୂଆ ୧୨୯ଟଙ୍କାର ପ୍ଲାନ୍‌ ଲଞ୍ଚ କରିଛି। ଏହି ପ୍ଲାନ୍‌ରେ ଗ୍ରାହକଙ୍କ କଲ, ଡାଟା, ଏସ୍‌ଏମ୍‌ଏସ୍‌ ଓ ହ୍ୟାଲୋ ଟ୍ୟୁନ୍‌ର ବି ଫାଇଦା ଉଠାଇ ପାରିବେ। ଏହାପୂର୍ବରୁ କମ୍ପାନି ହ୍ୟାଲୋ ଟ୍ୟୁନ୍‌ ସହିତ ୨୧୯ଟଙ୍କାର ପ୍ଲାନ୍‌ ଲଞ୍ଚ କରିଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, ୧୨୯ ଟଙ୍କାର ରିଚାର୍ଜରେ ଗ୍ରାହକ ଏୟାରଟେଲ ହ୍ୟାଲୋ ଟ୍ୟୁନ୍‌ ମାଗଣାରେ ଦିଆଯିବ। ବର୍ତ୍ତମାନ ଏହି ପ୍ଲାନ୍‌ଟି ଅଳ୍ପ କେତେଟି ସ୍ଥାନରେ ଉପଲବ୍ଧ କରାଯାଇଛି। ହ୍ୟାଲୋ ଟ୍ୟୁନ୍‌ ବ୍ୟତୀତ ଏହି ପ୍ଲାନ୍‌ରେ ଅସୀମିତ କଲ, ୧ଜିବି ୪ଜି ଡାଟା ଓ ପ୍ରତିଦିନ ୧୦୦ଏସ୍‌ଏମ୍‌ଏସ୍‌ ପ୍ରଦାନ କରାଯାଇଛି। ଏହି ପ୍ଲାନ୍‌ର ବୈଧତା ୨୮ଦିନ ପର୍ଯ୍ୟନ୍ତ ରହିଛି। ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଏହି ୧୨୯ଟଙ୍କାର ପ୍ଲାନ୍‌ ଆପଣଙ୍କ ପାଇଁ ଉପଲବ୍ଧ ଅଛି କି ନାହିଁ ତେବେ ମାଇଏୟାରଟେଲ ଆପ୍‌ କିମ୍ବା କମ୍ପାନି େଓ୍ଵବସାଇଟକୁ ଯାଇ ଜାଣି ପାରିବେ।

ସମ୍ବନ୍ଧିତ ଖବର