ଏୟାରଟେଲ୍‌ ଟିଭି ଆପ୍‌ରେ ଆଇପିଏଲ୍‌ର ସିଧା ପ୍ରସାରଣ

ଭୁବନେଶ୍ୱର: ଏୟାରଟେଲ୍‌ ଟିଭି ଆପ୍‌ ମାଧ୍ୟମରେ ଗ୍ରାହକମାନେ ମାଗଣାରେ ଚଳିତ ବର୍ଷର ଭିଭୋ ଆଇପିଏଲ୍‌ ୨୦୧୮ ମ୍ୟାଚ୍‌ଗୁଡ଼ିକର ସିଧାପ୍ରସାରଣ ଦେଖିପାରିବେ । ଏଥିସହିତ ଏହିସବୁ ମ୍ୟାଚ୍‌ର ହାଇଲାଇଟ୍‌ଗୁଡ଼ିକୁ ହଟ୍‌ଷ୍ଟାର୍‌ ମାଧ୍ୟମରେ ମଧ୍ୟ ଦେଖିବାର ସୁଯୋଗ ପାଇବେ । ଏଥିପାଇଁ ଏୟାରଟେଲ୍‌ ଗ୍ରାହକମାନଙ୍କୁ ଏୟାରଟେଲ୍‌ ଟିଭି ଆପର ନୂତନ ସଂସ୍କରଣକୁ ଇନଷ୍ଟଲ କରିବାକୁ ପଡ଼ିବ। ଏୟାରଟେଲ୍‌ ପ୍ରିପେଡ୍‌ ଓ ପୋଷ୍ଟପେଡ୍‌ ଗ୍ରାହକମାନଙ୍କ ପାଇଁ ଜୁନ୍‌ ପର୍ଯ୍ୟନ୍ତ ଏୟାରଟେଲ୍‌ ଟିଭି ଆପ୍‌ର ସମସ୍ତ କଣ୍ଟେଣ୍ଟ୍‌ ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର