ଏୟାରଟେଲ୍‌ ଟିଭି ବ୍ୟବହାରକାରୀ ସଂଖ୍ୟା ୫ କୋଟି ଟପିଲା

ଭୁବନେଶ୍ୱର: ଏୟାରଟେଲ୍‌ ଟିଭି ଆପ୍‌ର ବ୍ୟବହାରକାରୀ ସଂଖ୍ୟା ୫ କୋଟିରୁ ଅଧିକ ହୋଇଛି। ଏହା ୩୭୫ରୁ ଅଧିକ ଲାଇଭ୍‌ ଟିଭି ଚ୍ୟାନେଲ୍‌ ସହିତ ୧୦,୦୦୦ରୁ ଅଧିକ ସିନେମା ଓ ଲୋକପ୍ରିୟ ସୋ ପ୍ରଦାନ କରୁଛି। ଏୟାରଟେଲ୍‌ ଟିଭି ପକ୍ଷରୁ ଏରୋସ୍‌ ନାଓ, ସୋନି ଲିଭ୍‌, ହୁକ୍‌, ହଟ୍‌ଷ୍ଟାର୍‌, ଆମାଜନ୍‌ ଓ ଅଲ୍‌ଟବାଲାଜି ସହିତ ବିଷୟବସ୍ତୁ ପାଇଁ ସ୍ୱତନ୍ତ୍ର ସହଭାଗିତା ସ୍ଥାପନ କରାଯାଇଛି। ଏୟାରଟେଲ୍‌ ଟିଭିର ଏଭଳି ସଫଳତାକୁ ନେଇ ଆମେ ବହୁତ ଆନନ୍ଦିତ ବୋଲି କଂପାନିର କଣ୍ଟେଣ୍ଟ୍‌ ମୁଖ୍ୟ ସମୀର ବାତ୍ରା କହିଛନ୍ତି।

ସମ୍ବନ୍ଧିତ ଖବର