ଏୟାରଟେଲର ୨୧୯ ଟଙ୍କିଆ ପ୍ୟାକ୍‌ ! ଉପଭୋକ୍ତାଙ୍କୁ ମିଳିବ ଦିନକୁ ୧.୪ଜିବି ଡ଼ାଟା

ନୂଆଦିଲ୍ଲୀ:ଭାରତୀୟ ଟେଲିକମ୍‌ କଂପାନି ରିଲାଏନ୍ସ ଜିଓ କୁ ଟକ୍କର ଦେବାକୁ ଯାଇ ଏହାର ଅନ୍ୟତମ ଟେଲିକମ୍‌ କଂପାନି ଭାରତୀ ଏୟାର୍‌ଟେଲ୍‌ ଯେପରି ଏକ ପ୍ରତିଯୋଗିତା ଚଳାଇଛି । ତେଣୁ ଏୟାର୍‌ଟେଲ୍‌ ପକ୍ଷରୁ ଉପଭୋକ୍ତାଙ୍କ ଲାଗି ୨୧୯ ଟଙ୍କାର ଏକ ନୂତନ ପ୍ଲାନ୍‌ର ଘୋଷଣା କରାଯାଇଛି।ଯେଉଁଥିରେ କି ଉପଭୋକ୍ତାଙ୍କୁ ୨୮ ଦିନର ବୈଧତା ସହିତ ଅସିମୀତ ଲୋକାଲ୍‌ ଏବଂ ଏସ୍‌ଟିଡ଼ି କଲ୍‌ ସାଂଗକୁ ରୋମିଙ୍ଗ୍‌ ଫ୍ରି ମଧ୍ୟ ମିଳିବ।

ଏଥିସହିତ ଏହି ପ୍ଲାନ୍‌ଟି କେବଳ ସେହିମାନଙ୍କ ପାଇଁ ଅଟେ ,ଯେଉଁମାନେ କି ସେମାନଙ୍କ ଫୋନ୍‌ରେ ହେଲୋ ଟ୍ୟୁନ୍‌ସ କୁ ସେଟ୍‌ କରିବାକୁ ଚାହୁଁଛନ୍ତି । ଏହାବ୍ୟତୀତ ଉପଭୋକ୍ତା ଏଥିରେ ୧୦୦ଟି ମାଗଣା ଲୋକାଲ୍‌ ଏବଂ ଏସ୍‌ଟିଡ଼ି ଏସ୍‌ ଏମ୍‌ଏସ୍‌ କରିବାର ସୁବିଧା ମଧ୍ୟ ପାଇପାରିବେ।ତେବେ ଏହି ପ୍ଲାନ୍‌ ଜରିଆରେ ଏୟାର୍‌ଟେଲ୍‌ ଉପଭୋକ୍ତା ଦୈନିକ ୧.୪ ଜିବି ଡ଼ାଟାର ସୁବିଧା ମଧ୍ୟ ପାଇପାରିବେ। ଯାହାଫଳରେ କି ଏଆର୍‌ଟେଲ୍‌ ଉପଭୋକ୍ତା ଏହି ପ୍ଲାନ୍‌ ଜରିଆରେ ଅସିମୀତ ହେଲୋ ଟ୍ୟୁନ୍‌ସର ଲାଭ ମଧ୍ୟ ଉଠାଇପାରିବେ ।

ସମ୍ବନ୍ଧିତ ଖବର