ଏୟାରଟେଲ ଲଞ୍ଚ କଲା ୨୪୯ଟଙ୍କାର ନୂତନ ପ୍ଲାନ୍‌

୩୪୯ ପ୍ଲାନ୍‌ରେ ପରିବର୍ତ୍ତନ

ନୂଆଦିଲ୍ଲୀ: ଏୟାରଟେଲ କମ୍ପାନି ରିଲାଏନ୍‌ସ ଜିଓକୁ ଟକ୍କର ଦେବା ପାଇଁ ନୂତନ ପ୍ଲାନ୍‌ ଲଞ୍ଚ କରିଛି। ଏହି ପ୍ଲାନ୍‌ର ମୂଲ୍ୟ ୨୪୯ ଟଙ୍କା ରହିଛି। ଏଥିସହ ୩୪୯ ଟଙ୍କିଆ ପ୍ଲାନରେ କିଛି ପରିବର୍ତ୍ତନ କରାଯାଇଛି। ୨୪୯ ଟଙ୍କିଆ ପ୍ଲାନରେ ଖାସ୍‌ କଥା ହେଉଛି ଏଥିରେ ଦୈନିକ ୨ଜିବି ଡାଟା ମିଳିବା ସହ ଏହାର ବୈଧତା ୨୮ ଦିନ ପର୍ଯ୍ୟନ୍ତ ରହିବ। ସେହିପରି ୩୪୯ ଟଙ୍କିଆ ପ୍ଲାନ୍‌ରେ ଦୈନିକ ୨.୫ ଜିବି ଡାଟା ବଦଳରେ ୩ଜିବି ଡାଟାର ସୁବିଧା ମିଳିବ।

୩୪୯ ଟଙ୍କିଆ ପ୍ଲାନରେ ପୂର୍ବରୁ ୨୮ଦିନର ଭ୍ୟାଲିଡିଟି ସହ ୭୦ ଜିବି ଡାଟା ସହ ଉପଲବ୍ଧ ହେଉଥିଲା ଏବେ ଏଥିରେ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ୮୪ ଜିବି ଦୈନିକ ୪ଜି ଡାଟା ଗ୍ରାହକଙ୍କୁ ମିଳିବ। ତା’ସହ ଅନଲିମିଟେଡ୍‌ ଭଏସ୍‌ କଲ୍‌ ସହ ପ୍ରତିଦିନ ୧୦୦ ଏସ୍‌ଏମ୍‌ଏସ୍‌ର ଫାଇଦା ଉଠାଇ ପାରିବେ ଗ୍ରାହକ। ଏହି ଅନ୍‌ଲିମିଟେଡ କଲର ଏକ ସୀମା ରହିଛି। ସୂଚନା ଅନୁସାରେ, ପ୍ରତ୍ୟେକ ଦିନ ସର୍ବାଧିକ ୩୦୦ମିନିଟ ଓ ସପ୍ତାହକୁ ୧,୦୦୦ମିନିଟ ପର୍ଯ୍ୟନ୍ତ ମାଗଣା କଲ କରି ପାରିବେ। ସୀମା ଶେଷ ହେବା ପରେ ଗ୍ରାହକଙ୍କୁ ପ୍ରତି କଲ୍‌ ପାଇଁ ୩୦ ପଇସା ପ୍ରତି ମିନିଟକୁ ପୈଠ କରିବାକୁ ପଡ଼ିବ। ଏହି ପ୍ୟାକ୍‌କୁ ମାଇଏୟାରଟେଲ ଆପ୍‌ ଓ ଏୟାରଟେଲର ଅନ୍‌ଲାଇନ୍‌ ରିଚାର୍ଜ େଓ୍ଵବସାଇଟରେ ଲାଇଭ୍‌ କରି ଦିଆଯିବ।

ସମ୍ବନ୍ଧିତ ଖବର