ଏୟାରଟେଲ୍‌ ଦେବ ଦିନକୁ ୩ଜିବି ଡାଟା

ନୂଆଦିଲ୍ଲୀ: ଏୟାରଟେଲ ମୋବାଇଲ ଫୋନ ଗ୍ରାହକଙ୍କ ପାଇଁ ଧମାକା ଅଫର୍‌ ଆଣିଛି। ୫୫୮ ଟଙ୍କାର ଏକ ନୂଆ ପ୍ଲାନ କମ୍ପାନି ଆଣିଛି। ଏହି ନୂଆ ପ୍ଲାନରେ କମ୍ପାନି ୮୨ ଦିନ ପର୍ଯ୍ୟନ୍ତ ଦିନକୁ ୩ଜିବି ଡାଟା ପ୍ରଦାନ କରିବ। ଏଥିସହିତ ଅସୀମିତ କଥାହେବାର ସୁଯୋଗ ସହିତ ଦୈନିକ ୧୦୦ ଏସ୍‌ଏମ୍‌ଏସ ପଠାଇବା ସୁବିଧା ପ୍ରଦାନ କରିଛି। ତେବେ ଦୈନିକ ୩ଜିବି ଡାଟା ଶେଷ ହୋଇଗଲେ ମଧ୍ୟ ଇଣ୍ଟରନେଟ ବନ୍ଦ ହେବ ନାହିଁ। ସ୍ପିଡ ୧୨୮ କେବିପିଏସ୍‌କୁ କମିଯିବ। କମ୍ପାନି ଏହି ଯୋଜନା ପ୍ରଥମେ ଦିଲ୍ଲୀ- ଏନ୍‌ସିଆରରେ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର