ମୁମ୍ବାଇ: ରିଲାଏନ୍ସ ଜିଓ ସହ କଡା ଟକ୍କର ଦେବାକୁ ଯୋଜନାବନଦ୍ଧ ଉଦ୍ୟମ ଆରମ୍ଭ କରିଛି ଏୟାରଟେଲ୍ । ଗତ କାଲି ଜିଓ ପକ୍ଷରୁ ବିଭିନ୍ନ ଆକର୍ଷୀୟ ତାରିଫ ପ୍ଲାନ ଘୋଷଣା କରାଯିବା ପରେ ଆଜି ଏୟାରଟେଲ ତାହାର ଜବାବ ଦେଇଛି । ତେବେ ଏୟାରଟେଲ ପକ୍ଷରୁ କୌଣସି ନୂଆ ତାରିଫ ଅଫର ଘୋଷଣା କରାନଯାଇ ଏକ ଡାଟା ଆଡ୍ ଅନ ପ୍ୟାକ୍ ଘୋଷଣା କରାଯାଇଛି । ତେବେ ଏହି ପ୍ଲାନକୁ କେବଳ ପଂଜାବ ଓ ଆଉ କେତେକ ସର୍କଲ ପାଇଁ ଆରମ୍ଭ କରାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ୟୁଜରମାନେ ଅନଲିମିଟେଡ୍ କମ୍ବୋ ସହିତ ଏହାକୁ ପକାଇପାରିବେ । ଅର୍ଥାତ୍ ଅନଲିମିଟେଡ୍ କମ୍ବୋ ୟୁଜରମାନେ ନିଜର ଡାଟା ପ୍ଲାନକୁ ନେଇ ସନ୍ତୁଷ୍ଟ ନଥିଲେ ତାଠାରୁ ଅଧିକ ଡାଟା ପାଇବା ପାଇଁ ଏହି ଆଡ୍ ଅନ ପ୍ୟାକ୍ ପକାଇପାରିବେ । ଉଦାହରଣସ୍ୱରୂପ, ଯଦି ଆପଣ ୩୪୯ ଟଙ୍କିଆ ଅନଲିମିଟେଡ୍ କମ୍ବୋ ପ୍ଲାନ ପକାଇଛନ୍ତି ତେବେ ୨୮ ଦିନ ପାଇଁ ଦିନକୁ ୨ ଜିବି ୪ଜି ଡାଟା ସମେତ ଅନଲିମିଟେଡ୍ ଭଏସ୍ କଲ ଓ ଦିନକୁ ୧୦୦ ଏସଏମଏସ୍ ପାଉଛନ୍ତି । କିନ୍ତୁ ଯଦି ଆପଣଙ୍କର ଆହରି ଡାଟା ଦରକାର, ତେବେ ଆପଣ ଏଥିରେ ଏକ ୧୯୩ ଟଙ୍କିଆ ଆଡ୍ ଅନ ପ୍ୟାକ୍ ପକାଇପାରିବେ । ଏହାଦ୍ୱାରା ଆପଣଙ୍କ ଦୈନିକ ଡାଟାପ୍ୟାକ୍ ୩ ଜିବିକୁ ବୃଦ୍ଧି ପାଇବ । ଏହାର ଭାଲିଡିଟି ମଧ୍ୟ ଠିକ୍ ୨୮ ଦିନ ରହିଛି ।
ସେହିପରି ଆପଣ ଯଦି ୫୦୯ ଟଙ୍କିଆ ପ୍ଲାନ ବ୍ୟବହାର କରୁଛନ୍ତି, ତେବେ ଆପଣ ୯୧ ଦିନ ପାଇଁ ଦୈନିକ ୧ ଜିବି ଲେଖାଏଁ ଡାଟା ପାଉଛନ୍ତି । ଏହା ସହିତ ଅନଲିମିଟେଡ୍ ଭଏସ୍ କଲ ଓ ଦିନକୁ ୧୦୦ ଏସଏମଏସ୍ ପାଉଛନ୍ତି । ଏହା ଉପରେ ଯଦି ଆପଣ ଏହି ୧୯୩ ଟଙ୍କିଆ ଆଡ୍ ଅନ ପ୍ୟାକ ପକାଇବେ ତେବେ ଆପଣ ସେହି ୯୧ ଦିନ ପାଇଁ ଦିନକୁ ୨ ଜିବି ଡାଟା ପାଇବେ । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ପ୍ଲାନ କେବଳ ପଂଜାବ ସର୍କଲରେ ଉପଲବ୍ଧ ରହିଛି । ପରବର୍ତ୍ତି କାଳରେ ଏହାକୁ ଦେଶବ୍ୟାପୀ ଲାଗୁ କରାଯିବାର ସମ୍ଭାବନା ରହିଛି ।