ବିବାହ ସମୟରେ ଇଂରାଜୀ ଭାଷାରେ ‘ସାତ ବଚନ’ ପଢ଼ିଲେ ଶ୍ଲୋକା-ଆକାଶ ଅମ୍ବାନୀ

ମୁମ୍ବାଇ : ଶନିବାର ବିବାହ ବନ୍ଧନର ଆବନ୍ଧ ହୋଇଥିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀ । ନିଜ ପ୍ରେମିକା ଶ୍ଲୋକା ମେହେତାଙ୍କୁ ସେ ମୁମ୍ବାଇର ଜିଓ ଓ୍ଵାର୍ଲଡ୍‌ ସେଣ୍ଟରରେ ବିବାହ କରିଥିଲେ । ବିବାହରେ ଦେଶ-ବିଦେଶରୁ ଅନେକ ପ୍ରସିଦ୍ଧ ବ୍ୟକ୍ତି  ଯୋଗ ଦେଇଥିବା ଦେଖା ଯାଇଥିଲା । ତେବେ ଆଜି ବିବାହର ସମସ୍ତ ରୀତିନୀତିି ଶେଷ ହେବାକୁ ଯାଉଥିବା ବେଳେ ଏକ ନୂଆ କଥା ସାମ୍ନାକୁ ଆସିଛି । ବିବାହ ବେଦିରେ ଉଭୟ ଆକାଶ ଅମ୍ବାନୀ ଏବଂ ଶ୍ଲୋକା ମେହେତା ଇଂରାଜୀ ଭାଷାରେ ‘ସାତ ବଚନ’ ପଢ଼ିଥିବା ଖବରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବିବାହ ସମୟର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଆକାଶ-ଶ୍ଲୋକା ଇଂରାଜୀ ଭାଷାରେ ‘ସାତ ବଚନ’ ପଢ଼ୁଥିବାର ଭିଡିଓ ଅଧିକ ଭାଇରାଲ ହୋଇଥିବା ଦେଖା ଯାଇଛି ।

 

ସୂଚନା ମୁତାବକ, ଆକାଶ-ଶ୍ଲୋକା ଶନିବାର ମାର୍ଚ୍ଚ ୯ତାରିଖରେ ଗୁଜୁରାଟୀ ରୀତିନୀତିରେ ବିବାହ କରିଥିଲେ । ଏହି ସମୟର ବଲିଉଡ୍‌ର ଅନେକ କଳାକାରଙ୍କୁ ବେଦି ପାଖରେ ବସିଥିବାର ଦେଖା ଯାଇଥିଲା । କେବଳ ବଲିଉଡ୍‌ କଳାକାର ନୁହନ୍ତି, ଅନେକ ବଡ଼ ବଡ଼ ରାଜନେତା ଏବଂ ବ୍ୟବସାୟୀମାନେ ମଧ୍ୟ ଏହି ବିବାହରେ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର