ଭୁବନେଶ୍ୱର: ସର୍ବଭାରତୀୟ ପ୍ରଶାସନିକ ପରୀକ୍ଷାରେ ୪୬ତମ ସ୍ଥାନ ଅଧିକାର କରିଥିବା ଡକ୍ଟର ଶୁଭଙ୍କର ମହାପାତ୍ର ଓ ୬୫ତମ ସ୍ଥାନରେ ଥିବା ଅବିନାଶ ମିଶ୍ରଙ୍କୁ ଆକାଶ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଉଭୟ ଶୁଭଙ୍କର ଓ ଅବିନାଶ ଆକାଶ ଇନଷ୍ଟିଚ୍ୟୁଟ୍ରେ ପଢ଼ିଥିଲେ। ୨୦୦୬-୨୦୦୮ ବ୍ୟାଚ୍ରେ ଶୁଭଙ୍କର ଓ ୨୦୦୯-୧୦ ବ୍ୟାଚ୍ରେ ଅବିନାଶ ଆକାଶ ଇନଷ୍ଟିଚ୍ୟୁଟ୍/ଆକାଶ ଆଇଆଇଟି ଜେଇଇରେ ଶିକ୍ଷା ଗ୍ରହଣ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ଭୁବନେଶ୍ୱର ଶାଖା ନିର୍ଦେଶକ ଡକ୍ଟର ଏ ବି ସିଂହ କହିଛନ୍ତି ଯେ ଆମର ଏହି ଦୁଇ ଛାତ୍ର କଠିନ ପରିଶ୍ରମୀ ଓ ଅଧ୍ୟବସାୟୀ ଥିଲେ। ପାଠ ପଢ଼ିବା ବେଳରୁ ହିଁ ସେମାନେ ଆଇଏଏସ୍ ହେବାକୁ ଚାହୁଁଥିଲେ। ନିଜ ସ୍ୱପ୍ନକୁ ସେମାନେ ପୂରଣ କରିପାରିଛନ୍ତି। ଏହି ଅବସରରେ ଉଭୟ ଶୁଭଙ୍କର ଓ ଅବିନାଶ ଛାତ୍ରଛାତ୍ରୀମାନଙ୍କୁ ସଫଳତାର ବିଭିନ୍ନ ମନ୍ତ୍ର ଦେଇଥିଲେ। ନିଟ୍, ଏମସ୍ ଓ ଆଇଆଇଟି-ଜେଇଇ ଭଳି ପରୀକ୍ଷା ପାଇଁ କିଭଳି ପ୍ରସ୍ତୁତି କରାଯିବା ଦରକାର ତାହା ଜଣାଇଥିଲେ।