ଅକ୍ଷୟ ତୃତୀୟାରେ ହୋଣ୍ଡାର ବିକ୍ରି ୮୦% ବଢ଼ିଲା

ଭୁବନେଶ୍ୱର: ଅକ୍ଷୟ ତୃତୀୟାରେ ହୋଣ୍ଡା ୨ହ୍ଵିଲର୍ସର ଗାଡ଼ି ବିକ୍ରି ୮୦% ବୃଦ୍ଧି ପାଇଛି। ପଶ୍ଚିମ ଭାରତୀୟମାନେ ଅଧିକ ଗାଡ଼ି କିଣିଥିବା ବେଳେ ଦକ୍ଷିଣାଚଂଳ ଓ କେନ୍ଦ୍ରାଚଂଳ ମଧ୍ୟ ଭଲ ଉତ୍ସାହ ଦେଖାଇଥିଲେ। ଉତ୍ସବ ସମୟରେ ଗ୍ରାହକମାନଙ୍କ ସବୁଠୁ ଅଧିକ ପସନ୍ଦର ଗାଡ଼ି ଥିଲା ଆକ୍ଟିଭା। ଭାରତରେ ଅଧିକ ବିକ୍ରି ହେଉଥିବା ତିନିଟି ମଡେଲ୍‌ ଭିତରେ ସିବି ସାଇନ୍‌ ସ୍ଥାନ ପାଇଛି। ଡ୍ରିମ୍‌ ସିରିଜ୍‌ ବାଇକ୍‌ ବିକ୍ରିରେ ୩୦୦%ରୁ ଅଧିକ ବୃଦ୍ଧି ହୋଇଛି। ଏ ସମ୍ପର୍କରେ କଂପାନିର ବରିଷ୍ଠ ଉପସଭାପତି-ବିକ୍ରି ଓ ମାର୍କେଟିଂ ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି ଯେ, ୨୦୧୮ ଆମ ପାଇଁ ସକାରାତ୍ମକ ଢ଼ଙ୍ଗରେ ଆରମ୍ଭ ହୋଇଛି। ଅକ୍ଷୟ ତୃତୀୟାରେ ଗୋଟିଏ ଦିନରେ ଗ୍ରାହକମାନେ ସର୍ବାଧିକ ପରିମାଣର ହୋଣ୍ଡା ଦୁଇଚକିଆ ଯାନ କିଣାକିଣି କରିଥିବାରୁ ଆମେ ବହୁତ ଆନନ୍ଦିତ।

ସମ୍ବନ୍ଧିତ ଖବର