୨ ବର୍ଷରେ ସବୁ ବସ୍‌ ହେବ ଇଲେକ୍ଟ୍ରିକ୍: ଗଡ଼କରୀ

ନୂଆଦିଲ୍ଲୀ: ଆସନ୍ତା ଦୁଇ ବର୍ଷ ଭିତରେ ସବୁ ବସ୍‌ଗୁଡ଼ିକୁ ଇଲେକ୍ଟ୍ରିକ୍ ବସ୍‌ରେ ରୂପାନ୍ତରିତ କରାଯିବ ବୋଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ସରକାର ଇଲେକ୍ଟ୍ରିକ୍ ଯାନ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ଏହା ସହିତ ବାୟୋ-ସିଏନ୍‌ଜି, ଇଥାନଲ୍‌ ଏବଂ ମିଥାନଲ୍‌ ଭଳି ବିକଳ୍ପ ଇନ୍ଧନ ଉପରେ ମଧ୍ୟ ଗୁରୁତ୍ବ ଦେଉଛନ୍ତି ବୋଲି ସେ କହିଛନ୍ତି। କିଛି ଦିନ ତଳେ ସେ ସ୍ପଷ୍ଟ କରିଦେଇଥିଲେ ଯେ ପେଟ୍ରୋଲ୍ ଓ ଡିଜେଲ୍ ଯାନ ଉପରେ ବନ୍ଦ କରିବା ପାଇଁ ସରକାରଙ୍କ କୌଣସି ଯୋଜନା ନାହିଁ।

ସମ୍ବନ୍ଧିତ ଖବର