ସବୁ କଏନ ଚଳିବ: ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ବଜାରରେ ସବୁ ପ୍ରକାର କଏନ (ଖୁଚୁରା ମୁଦ୍ରା) ଚଳିତ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଦେଶର କେତେକ ସ୍ଥାନରେ କଏନକୁ ନେଇ ବ୍ୟବସା‌ୟୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ଦ୍ବନ୍ଦ୍ବ ରହିଥିବା ଜାଣିବା ପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହା କୁହାଯାଇଛି। ଏବେ ବଜାରରେ ବିଭିନ୍ନ ଆକାର ଓ ଆକୃତିର ୫୦ ପଇସା, ୧ ଟଙ୍କା, ୨ ଟଙ୍କା, ୫ ଟଙ୍କା ଓ ୧୦ ଟଙ୍କିଆ କଏନ୍‌ ପ୍ରଚଳନରେ ରହିଛି। ସବୁ ପ୍ରକାର କଏନ୍‌ ଗ୍ରହଣୀୟ। କଏନ୍‌କୁ ନେଇ ଚାଲିଥିବା ଅପପ୍ରଚାର ଅମୂଳକ ଓ ଏଥିପ୍ରତି ଧ୍ୟାନ ‌ନଦେଇ କଏନ୍‌ ଗ୍ରହଣ କରିବାକୁ ବ୍ୟବସାୟୀ ଓ ସାଧାରଣ ଜନତାଙ୍କୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। କଏନ୍ ବଦଳାଇବାକୁ ଆଣୁଥିବା କୌଣସି ଗ୍ରାହକଙ୍କୁ ନିରାଶ ନକରିବାକୁ ବ୍ୟାଙ୍କଗୁଡ଼ିକୁ ମଧ୍ୟ କୁହାଯାଇଛି।

ସମ୍ବନ୍ଧିତ ଖବର