କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବଢ଼ିଲା

ନୂଆଦିଲ୍ଲୀ,: କେନ୍ଦ୍ର ସରକାର ଆଜି କର୍ମଚାରୀମାନଙ୍କୁ ଆଗୁଆ ନିର୍ବାଚନ ଭେଟି ଦେଇଛନ୍ତି। ସାଧାରଣ ନିର୍ବାଚନ ଘୋଷଣା ହେବାକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଆଜି କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗାଭତ୍ତା ୩ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ପିଛିଲା ଭାବେ ଗତ ଜାନୁଆରି ପହିଲାରୁ ଏହା କାର୍ଯ୍ୟକାରୀ ହେବ। କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନଭୋଗୀମାନେ ଏବେ ୯ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି। ଅତିରିକ୍ତ ୩ ପ୍ରତିଶତ ମହଙ୍ଗା ଭତ୍ତା ପାଇବା ଫଳରେ ଏହା ୧୨ ପ୍ରତିଶତକୁ ବୃଦ୍ଧି ପାଇବ। ଏଥିଯୋଗୁ ୧ କୋଟି ୧୦ ଲକ୍ଷ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ। ଏମାନଙ୍କ ମଧ୍ୟରେ ୪୮ ଲକ୍ଷ ୬୧ ହଜାର କର୍ମଚାରୀ ଥିବାବେଳେ ୬୨ ଲକ୍ଷ ୩ ହଜାର ପେନସନଭୋଗୀ ରହିଛନ୍ତି ବୋଲି କ୍ୟାବିନେଟ୍ ବୈଠକ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର