ଆଲେନ୍‌ର ସଫଳତା ମନ୍ତ୍ର ସେମିନାର

ଭୁବନେଶ୍ବର: ଇଞ୍ଜିନିୟରିଂ ଓ ମେଡିକାଲ୍ ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରୁଥିବା ଆଲେନ୍ କ୍ୟାରିଅର ଇନଷ୍ଟିଚ୍ୟୁଟ୍‌ ତରଫରୁ ରାଉରକେଲାରେ ଏକ ସଫଳତା ମନ୍ତ୍ର ସେମିନାର ଆୟୋଜନ କରାଯାଇଥିଲା। ଏଥିରେ ଆଲେନ୍‌ର ବରିଷ୍ଠ ଫାକଲ୍‌ଟି ଅନୁରାଗ ମିଶ୍ର ଓ ଆର୍‌ କେ ମିଶ୍ରା ଯୋଗ ଦେଇ ବିଦ୍ୟାର୍ଥୀ ଓ ଅଭିଭାବକମାନଙ୍କୁ ସମ୍ବୋଧିତ କରିଥିଲେ। ପ୍ରବେଶିକା ପରୀକ୍ଷାର ବିଭିନ୍ନ ଦିଗ ଉପରେ ଅବଗତ କରିଥିଲେ। ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଏହି ଅବସରରେ ସେମାନଙ୍କ ଅନୁଭୂତି ବାଣ୍ଟିଥିଲେ।

ସମ୍ବନ୍ଧିତ ଖବର