ବେଙ୍ଗାଲୁରୁ: ଦୁଇ ପ୍ରମୁଖ ଇ-କମର୍ସ କମ୍ପାନି ଫ୍ଲିପ୍କାର୍ଟ ଏବଂ ଆମାଜନ୍ ଗତ ପାର୍ବଣ ଋତୁରେ ଭଲ ବ୍ୟବସାୟ କରିଛନ୍ତି। ଏହି ଋତୁର ଗୁରୁତ୍ବପୂର୍ଣ୍ଣ ୧୫ ଦିନ ମଧ୍ୟରେ ଉକ୍ତ ଦୁଇ କମ୍ପାନି ଭାରତରେ ୪.୩ ବିଲିଅନ ଡଲାର ବା ପ୍ରାୟ ୩୧ ହଜାର କୋଟି ଟଙ୍କାର ବେପାର କରିଛନ୍ତି। ରେଡ୍-ସିଅର୍ କନସଲଟିଂ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ଏହା କୁହାଯାଇଛି। ତେବେ ପାର୍ବଣ ଋତୁରେ ଏହି ଦୁଇ କମ୍ପାନି ୫ ବିଲିଅନ ଡଲାର ବ୍ୟବସାୟ କରିବେ ବୋଲି ବିଶ୍ଳେଷକମାନେ ଆଶା ରଖିଥିବାବେଳେ ସେମାନଙ୍କ ବ୍ୟବସାୟ ଏହାଠାରୁ କମ୍ ରହିଛି। ମୋଟ ବଜାର ମୂଲ୍ୟ ଅନୁସାରେ ଫ୍ଲିପକାର୍ଟ ୬୪% ସାମଗ୍ରୀ ବିକ୍ରି କରିଥିବାବେଳେ ଆମାଜନ୍ ୩୬% ସାମଗ୍ରୀ ବିକ୍ରି କରିଛି। କିନ୍ତୁ ସାମଗ୍ରୀ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଫ୍ଲିପକାର୍ଟ ୫୬% ଏବଂ ଆମାଜନ ୪୪% ସାମଗ୍ରୀ ବିକ୍ରି କରିଛି।
ପାର୍ବଣରେ ୩୧ ହଜାର କୋଟିର ବେପାର କରିଛନ୍ତି ଫ୍ଲିପକାର୍ଟ, ଆମାଜନ୍
/sambad/media/post_attachments/wp-content/uploads/2019/05/amazon-prime-day.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)