ଆମାଜନ ପେ ପକ୍ଷରୁ ’ଗୋ କ୍ୟାସ୍‌ଲେସ୍‌ ମେଳା’, ଡିଜିଟାଲ ପେମେଣ୍ଟ କଲେ ମିଳିବ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ : ଗ୍ରାହକଙ୍କୁ ନୂତନ ତତ୍କାଳ ଏବଂ ସହଜ ସୁରକ୍ଷିତ ସପିଂ ଅଭିଜ୍ଞତା ପ୍ରଦାନ ପାଇଁ ଆମାଜନ ଡଟ୍‌ ଇନ୍‌ ପକ୍ଷରୁ ଆମାଜନ ପେ ସହାୟତାରେ ‘ଗୋ କ୍ୟାସ୍‌ ଲେସ୍‌ ମେଳା’ ନାମକ ୨୧ ଦିନିଆ ଅନନ୍ୟ ସୁବିଧାର ଆରମ୍ଭ କରାଯାଇଛି। ଏହାଦ୍ୱାରା ଗ୍ରାହକ ସେମାନଙ୍କର ନିତିଦିନିଆ ପେମେଣ୍ଟ ଡିଜିଟାଲ ଉପାୟରେ ପ୍ରଦାନ କରିପାରିବେ ।

ଏହି ଅବସରରେ ଗ୍ରାହକ କେତେକ ନୂତନ ଅଫର ପାଇପାରିବେ। ମୋବାଇଲ୍‌ ଏବଂ ଡିଟିଏଚ୍‌ ରିଚାର୍ଜ, ଗ୍ୟାସ୍‌, ୱାଟର ଏବଂ ଇଲେକ୍ଟିକ ବିଲ୍‌, ଇଲୋକ୍ଟନିକ୍ସ୍‌ ଉତ୍ପାଦ, ଫେଶନ ଉତ୍ପାଦ, ହୋମ୍‌ ଏବଂ କିଚେନ୍‌ ଉତ୍ପାଦ, ଫୁଡ୍‌ ଡେଲିଭରୀ, ଟ୍ରାଭେଲ୍‌, ମୁଭି ଟିକେଟ୍‌ ଆଦି ଅନେକ କାରବାର ଡିଜିଟାଲ ଉପାୟରେ କରିପାରିବେ। ଆମାଜନ ପେ ବାଲାନ୍ସରେ ୧୦୦୦ ଟଙ୍କା ଥିବା ଗ୍ରାହକଙ୍କୁ ୧୦୦ ଟଙ୍କାର ଷ୍ଟାଣ୍ଡାର୍ଡ କ୍ୟାସ୍‌ ବ୍ୟାକ୍‌ ପ୍ରଦାନ କରାଯିବ। ଭୀମ୍‌ ୟୁପିଆଇ କରିଥିବା ଗ୍ରାହକ ୧୦ ପ୍ରତିଶତ କ୍ୟାସବ୍ୟାକ୍‌ ଭାବେ ପ୍ରତି କାରବାରରେ ୧୦୦ ଟଙ୍କା ପର୍ଯ୍ୟନ୍ତ ହାସଲ କରିପାରିବେ। ପ୍ରଥମ କରି ଭିସା କାର୍ଡ ଦ୍ୱାରା ଇଲୋକ୍ଟନିକ୍ସ ପେମେଣ୍ଟ୍‌ କରୁଥିବା ଗ୍ରାହକଙ୍କୁ ଅତିରିକ୍ତ ୧୦ ପ୍ରତିଶତ କ୍ୟାସ୍‌ବ୍ୟାକ୍‌ ସୁବିଧା ପ୍ରଦାନ କରାଯିବ। ୨୧ ଦିନ ମଧ୍ୟରେ ୫ କିମ୍ବା ଏହାଠାରୁ ଅଧିକ ଥର କାରବାର କରିଥିବା ଗ୍ରାହକଙ୍କୁ ୧ ଲକ୍ଷ ଟଙ୍କାର ଆମାଜନ ପେ ଗିଫ୍ଟ ପ୍ରମାଣପତ୍ର ଜିଣିବାର ସୁଯୋଗ ମିଳିବ।

ଏହା ସହିତ ଗ୍ରାହକ ଅତିରିକ୍ତ ଭାବେ ୧୦,୦୦୦ ଟଙ୍କା ସେମାନଙ୍କର ପେ ବାଲାନ୍ସରେ ଅନ୍ତର୍ଭୁକ୍ତ କରିପାରିବେ। ଯାତ୍ରାରେ ଆମାଜନ ପେ ସହାୟତାରେ ୧୨୦୦ ଟଙ୍କା ସଂଚୟ ହୋଇପାରିବ। ସେହିପରି ବୁକ୍‌ ମାଇଁ ଶୋ’ ଯାହାକି ୨୦୧୮ ଜୁନ୍‌ ୪ରୁ ଆରମ୍ଭ ହେଉଛି ସେଥିରେ ଏହା ଦ୍ୱାରା ୫୦ ପ୍ରତିଶତ ସଂଚୟ ହୋଇପାରିବ। ରେଡ୍‌ ବସ୍‌ରେ ୨୫ ପ୍ରତି ଶତ ସଂଚୟ, ଫାସୋସ୍‌ରେ ଏହାଦ୍ୱାରା ୩୦ ପ୍ରତିଶତ ସଂଚୟ ହୋଇପାରିବ। ବକ୍ସ, ଫ୍ରେଶ୍‌ ମେନ୍ୟୁ ଏବଂ ଅଭିବସ୍‌ ପ୍ରାଇମ୍‌ ସଦସ୍ୟଙ୍କ ଆକର୍ଷଣୀୟ ଅଫର ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର