ଆଜିଠାରୁ ଆରମ୍ଭ ହେଲା ଆମାଜନ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ ୱେଭ୍‌-୨

ନୂଆଦିଲ୍ଲୀ : ଦେଶର ଅଗ୍ରଣୀ ଅନଲାଇନ୍‌ ସଂସ୍ଥା ଆମାଜନ୍‌ ଡଟ୍‌ ଇନ୍‌ ପକ୍ଷରୁ ୱେଭ୍‌-୨ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଆଜିଠାରୁ ଆରମ୍ଭ ହୋଇଛି ଓ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏହି ସମୟରେ ଗ୍ରାହକ ଆମାଜନ୍‌ରେ ମହଜୁଦ୍‌ ଥିବା ହଜାର ହଜାର ସାମଗ୍ରୀ କ୍ରୟ କରିବାର ସୁଯୋଗ ପାଇବେ। ବିଭିନ୍ନ ସାମଗ୍ରୀ ମଧ୍ୟରେ ସ୍ମାର୍ଟଫୋନ୍‌ ଠାରୁ ଆରମ୍ଭ କରି ବୃହତ୍‌ ଆପଲାଏନ୍ସ୍‌, ଟିଭି, ହୋମ୍‌ ଏବଂ କିଚେନ୍‌ ଉତ୍ପାଦ, ଜୋତା ଟ୍ୟାବଲେଟ୍‌, ଲ୍ୟାପଟପ୍‌, ପିସି, ଷ୍ଟେସନାରୀ ଉତ୍ପାଦ, ରେଫ୍ରିଜେରେଟର, ୱାସିଂ ମେସିନ୍‌, ପିଲାଙ୍କ ଉପଯୋଗୀ ଉତ୍ପାଦ, ଖେଳନା, ଲୁଗାପଟା, ପ୍ରସାଧାନ ସାମଗ୍ରୀ,ଗୌରମେଟ୍‌ ଖାଦ୍ୟ, ଗ୍ରୋସରୀ, ଗାର୍ଡେନ୍‌ ଆସବାବପତ୍ର ପୁରୁଷ ଓ ମହିଳାଙ୍କ ଉପଯୋଗୀ ଫେସନ୍‌ ସାମଗ୍ରୀ ପ୍ରଭୃତି ଗ୍ରାହକ ପକେଟକୁ ସୁହାଇଲା ଭଳି ମୂଲ୍ୟରେ ଆମାଜନ୍‌ ଷ୍ଟୋର୍‌ରୁ କ୍ରୟ କରିପାରିବେ।

ଏହି ଅବସରରେ ଗ୍ରାହକଙ୍କୁ ବଜାଜ୍‌ ଫିନସର୍ଭ ଇଏମଆଇ କାର୍ଡ, ଡେବିଟ୍‌ କାର୍ଡ, କ୍ରେଡିଟ୍‌ କାର୍ଡ ତଥା ସ୍ୱତନ୍ତ୍ର ଏକ୍ସଚେଞ୍ଜ ସୁବିଧା ଆଦି ଯୋଗାଇ ଦିଆଯିବ। ଆଇସିଆଇସିଆଇ ଏବଂ ସିଟି କାର୍ଡ ଧାରକଙ୍କୁ ୧୦ ପ୍ରତିଶତ କ୍ୟାସବ୍ୟାକ୍‌ ଏବଂ ଆମାଜନ ପେ ବାଲାନ୍ସ ଧାରକଙ୍କୁ ୫୦୦୦ ଟଙ୍କାରୁ ଅଧିକ ଟଙ୍କାର କ୍ରୟ ଉପରେ ୨୫୦ ଟଙ୍କାର କ୍ୟାସବ୍ୟାକ୍‌ ସୁବିଧା ପ୍ରଦାନ କରାଯିବ। ଏହି ଅବସରରେ ଫାୟାର ଟିଭି ଷ୍ଟିକ୍‌, ଇକୋ ଥାର୍ଡ ଜେନେରେସନ୍‌ ଡିଭାଇସ୍‌ ସମେତ ଅନେକ ସାମଗ୍ରୀ ଉପଲବ୍ଧ ହେବ। ଆମାଜନ ଡିଭାଇସ୍‌ ଫାୟାର ଟିଭି ଷ୍ଟିକ୍‌ ଏବଂ ଇକୋ ଡିଭାଇସ୍‌ ଉପରେ ଆକର୍ଷଣୀୟ ରିହାତି ଉପଲବ୍ଧ ହେବ। ସେହିପରି ଆଲେକ୍ସା ଉପରେ ୭୦ ପ୍ରତିଣତ ପର୍ଯ୍ୟନ୍ତ ରିହାତି।

ସମ୍ବନ୍ଧିତ ଖବର