ଫଟୋଗ୍ରାଫି ଶିଖେଇବ ଆମାଜନ୍‌ , ଆରମ୍ଭ କଲା ସଟରବଗ୍‌

ନୂଆଦିଲ୍ଲୀ : ଦେଶର ଅଗ୍ରଣୀ ଅନଲାଇନ୍‌ ସଂସ୍ଥା ଆମାଜନ୍‌ ଡଟ୍‌ ଇନ୍‌ ପକ୍ଷରୁ ଫଟୋଗ୍ରାଫିରେ ରୁଚି ରଖୁଥିବା ବ୍ୟକ୍ତିଙ୍କ ପାଇଁ ସଟରବଗ୍‌ ଅନ୍‌ ଲାଇନ୍‌ ଫଟୋଗ୍ରାଫି କ୍ଲବ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ମାଗଣାରେ ବିଗନର୍‌ଙ୍କ ଫଟୋଗ୍ରାଫି ସମ୍ପର୍କିତ ସମସ୍ତ ଜ୍ଞାନ ଉପଲବ୍ଧ କରାଇବାକୁ ସକ୍ଷମ ହେବ।

ଏହା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଟିପ୍ସ୍‌ ଏବଂ ଟ୍ୟୁଟରିଆଲ୍‌, ଏନଗେଜମେଣ୍ଟ ସୁଯୋଗ ସହିତ ଖ୍ୟାତି ସମ୍ପନ୍ନ ଫଟୋ ମେଣ୍ଟର୍ସ , ଅଫ୍‌ଲାଇନ୍‌ ୱାର୍କଶପ୍‌, ଆକର୍ଷଣୀୟ ପ୍ରତିଯୋଗୀତାର ଆଦି ସୁବିଧା ତଥା ଅବସର ପ୍ରଦାନ କରାଇବ।

ଫଟୋଗ୍ରାଫରଙ୍କ ଦକ୍ଷତା ବୃଦ୍ଧି ଲକ୍ଷ୍ୟ ନେଇ ସଟରବଗ୍‌ ଭାରତରେ କାର୍ଯ୍ୟ କରିବ। ଏହା ଟ୍ରାଭେଲ୍‌ ଏବଂ ଫଟୋଗ୍ରାଫି, ଉତ୍ତମ ତାଲିମ୍‌ ଖ୍ୟାତିସମ୍ପନ୍ନ ପେଶାଦାର ଜୟନ୍ତ ଶର୍ମାଙ୍କ ଦ୍ୱାରା ଉପଲବ୍ଧ କରାଇବ। ସଟରବଗ୍‌ରେ ଆବଶ୍ୟକ ଭିଡ଼ିଓ ତାଲିମ୍‌ ୫ଟି ମଡ୍ୟୁଲରେ ୧୭ଟି ଭିଡ଼ିଓରେ ଉପଲବ୍ଧ କରାଇବ। ଆମାଜନ୍‌ ଇଣ୍ଡିଆ ପକ୍ଷରୁ ଏନେଇ ଲେଇକା, କ୍ୟାନନ ଏବଂ ସୋନୀ ଆଦି ବ୍ରାଣ୍ଡର ମେଂଟରଙ୍କ ସହାୟତାରେ ଏହା ଯୋଗାଇ ଦିଆଯିବ।

ସୂଚନାଯୋଗ୍ୟ, ବିଶ୍ୱରେ ଅନେକ ଲୋକ ଫଟୋଗ୍ରାଫି ପ୍ରତି ରୁଚି ରହିଥାଏ । ଏକ ସର୍ଭେ ରିପୋର୍ଟ ଅନୁସାରେ ୨୦୧୭ରେ ୧.୨ ଟ୍ରିଲିୟନ୍‌ ଫଟୋ ଉଠାଯାଇଥିଲା। ଏହାକୁ ପୃଥିବୀର ୭.୫ ବିଲିୟନ୍‌ ଲୋକ ଉପଯୋଗ କରିଥିଲେ। ସେହିପରି ୨୦୧୬ ରେ ୩୫୦ ନିୟୁତ ଫଟୋ ଫେସ୍‌ବୁକ୍‌, ୯୫ ନିୟୁତ ଇନଷ୍ଟାଗ୍ରାମ୍‌, ୪୦୦ ନିୟୁତ ସ୍ନାପ୍‌ ଚାଟ୍‌ ଏବଂ ୧.୬ ବିଲିୟନ୍‌ ହ୍ଵାଟସ୍‌ ଆପ୍‌ରେ ପ୍ରତିଦିନ ଶେୟାରର୍ଡ ହୋଇଥିଲା।

ସମ୍ବନ୍ଧିତ ଖବର