ଅକ୍ଷୟ ତୃତୀୟା ଉପଲକ୍ଷେ ଆମାଜନ ପକ୍ଷରୁ ଅଳଙ୍କାର ଉପରେ ଆକର୍ଷଣୀୟ ରିହାତି 

ନୂଆଦିଲ୍ଲୀ: ଚଳିତ ବର୍ଷ  ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅମାଜନ୍‌ ଫେଶନ୍‌ ପକ୍ଷରୁ ଖ୍ୟାତି ସମ୍ପନ୍ନ ଅଳଙ୍କାର ବ୍ରାଣ୍ଡ୍‌ର ଅଳଙ୍କାର ଗ୍ରାହକଙ୍କୁ ଯୋଗାଇ ଦିଆଯିବାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ସ୍ୱତନ୍ତ୍ର ଯୋଜନାରେ ଗ୍ରାହକଙ୍କୁ ସେଙ୍କୋ, ମାଲାବାର ଗୋଲ୍ଡ ଓ ଡାଇମଣ୍ଡ୍‌, ଜୟଲୁକାସ୍‌,କଲ୍ୟାଣ ଅଳଙ୍କାର କାନ୍ଦରେ, ତନିଷ୍କର ମିଆ ଆଦି ୨୨ କ୍ୟାରେଟ୍‌ ସୁନା ଓ ଡାଇମଣ୍ଡ୍‌ ଅଳଙ୍କାର ଯେଗାଇ ଦିଆଯିବ। ଏହା ସହିତ ଆକର୍ଷଣୀୟ ଅଫର ଅନ୍ତର୍ଗତ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ୭୦ରୁ ଅଧିକ ଖ୍ୟାତିସମ୍ପନ୍ନ ବ୍ରାଣ୍ଡର୍‌ ୩୦,୦୦୦ ରୁ ଅଧିକ ଷ୍ଟାଇଲିଶ୍‌ ଶ୍ରେଷ୍ଠ ଅଳଙ୍କାର  ଉପରେ ଏପ୍ରିଲ୍‌ ୧୪ ତାରିଖଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଆମାଜନ୍‌ ଡଟ୍‌ ଇନ୍‌ରେ ଉପଲବ୍ଧ ହେବ। ସେହିପରି ୭୫୦ ରୁ ଅଧିକ ଉତ୍ପାଦ ଉପରେ ସ୍ୱର୍ଣ୍ଣମୁଦ୍ରା  ମହଜୁଦ୍‌ ରହିଛି।  ବିଭିନ୍ନ ଅଳଙ୍କାର ମଧ୍ୟରେ ତୁସି ନେକ୍‌ଲେସ୍‌, ଗେ୍‌ାଲ୍ଡ୍‌ ଚେନ୍‌, ପେଣ୍ଡାଣ୍ଟ, ଇୟର୍‌ ରିଙ୍ଗ, ନୋଜ୍‌ ପିନ୍‌,୨୨ କ୍ୟାରେଟ୍‌ ବାଙ୍ଗଳା, ୨୨ କ୍ୟରେଟ୍‌ ଗୋଲ୍ଡ୍‌ ନେକ୍‌ ଲେସ୍‌, ଡାଇମଣ୍ଡ ଇଅର ରିଙ୍ଗ୍‌, ଡାଇମଣ୍ଡ୍‌ ନୋଜ୍‌ ପିନ୍‌, ୯୯୯.୯ ଶୁଦ୍ଧତାଯୁକ୍ତ ସୁନା ମୁଦ୍ରା ଓ ବୁଲିୟନ୍‌ ଆଦି ମହଜୁଦ୍‌ ରହିଛି। ଏହି ଷ୍ଟୋରରେ ତନିଷ୍କର ୩୦୦ରୁ ଅଧିକ ଉତ୍ପାଦ ମହଜୁଦ୍‌ ରହିଛି ।

ଜୟଲୁକାସ୍‌, ମାଲାବାର ଗୋଲ୍ଡ ଓ ଡାଇମଣ୍ଡ୍‌, ସେଙ୍କୋ ଏବଂ କଳ୍ୟାଣର  କାନ୍ଦରେ,ପିସି ଜୁଏଲର୍ସ, ତିନିଷ୍କର ମିଆ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଉପଲବ୍ଧ ହେଉଛି ।

ସେହିପରି ଶପ୍‌ ଆଣ୍ଡ ୱିନ୍‌ ଯୋଜନା ଅନ୍ତର୍ଗତ କଲ୍ୟାଣର କୋନ୍ଦେରେ ୧୦ ହଜାର ଟଙ୍କାରୁ ଅଧିକ କ୍ରୟ ଉପରେ ରୁପା ମୁଦ୍ରା ପ୍ରଦାନ କରାଯିବ। ୧୦ ହଜାରଟଙ୍କାରୁ ଅଧିକ କ୍ରୟ କରିଥିବା ଭାଗ୍ୟଶାଳୀ ବିଜେତାଙ୍କୁ ଜୟଲୁକାସ୍‌ ପକ୍ଷରୁ ୧୦ ହଜାର ଟଙ୍କାର ଡାଇମଣ୍ଡ ପେଣ୍ଡାଣ୍ଟ ଏବଂ ୨୫ ହଜାର ରୁ ଅଧିକ କ୍ରୟ ଉପରେ ସେଙ୍କୋ ଗୋଲ୍ଡ ୧୦୦ ମିଲିଗ୍ରାମ୍‌ର ସ୍ୱର୍ଣ୍ଣ ମୁଦ୍ରା ପ୍ରଦାନ କରାଯିବ ।

ଆମାଜନ ପକ୍ଷରୁ ୨୦୧୪ରେ ଅନ୍‌ ଲାଇନ୍‌ରେ ଅଳଙ୍କାର କାରବାର ଆରମ୍ଭ କରାଯାଇଥିଲା। ଏଠାରେ ୫ ଲକ୍ଷରୁ ଅଧିକ ଷ୍ଟାଇଲ୍‌ର ୫୦ ହଜାରରୁ ଅଧିକ ଅନନ୍ୟ ଡିଜାଇନିଂ ମହଜୁଦ୍‌ ରହିଛି। ୨୦୧୭-୧୮ରେ ଏହାର ଆମାଜନ ଷ୍ଟୋରର କାରବାରରେ ୧୫୦ ପ୍ରତିଶତ ବୃଦ୍ଧି ହୋଇଛି।

ସମ୍ବନ୍ଧିତ ଖବର