ଆମାଜନ୍‌ ପେ ଏବେ ଡୋମିନୋସ୍‌ରେ ଗ୍ରହଣୀୟ ହେବ

ନୂଆଦିଲ୍ଲୀ: ଗ୍ରାହକଙ୍କୁ ନୂତନ ତତ୍କାଳ ଏବଂ ସହଜ ସୁରକ୍ଷିତ ସପିଂ ଅଭିଜ୍ଞତା ପ୍ରଦାନ ପାଇଁ ଆମାଜନ ପେ ପକ୍ଷରୁ ଡୋମିନୋସ୍‌ ସହିତ ଚୁକ୍ତି ହୋଇଛି। ଫଳରେ ଏଣିକି ଗ୍ରାହକ ଘରେ ବସି ଚିନ୍ତାମୁକ୍ତ ଭାବେ ଆମାଜନ ପେ ସହାୟତାରେ ଅନ୍‌ ଲାଇନ୍‌ରେ ଡୋମିନୋସ୍‌ ପିଜା ଅର୍ଡର କରିପାରିବେ। ଏହା ଦ୍ୱାରା ଆମାଜନ ପେ ଅନ୍‌ ଲାଇନ୍‌ରେ ଡୋମିନୋସ୍‌ ଉତ୍ପାଦ ଗ୍ରାହକଙ୍କୁ ସହଜରେ ଉପଲବ୍ଧ କରାଇବା ସହିତ ନୂତନ ଗ୍ରାହକ ଅଭିଜ୍ଞତା ସୃଷ୍ଟି କରିବାକୁ ସକ୍ଷମ ହେବ। ପୂର୍ବରୁ ଆମାଜନ ପେ ଫୁଡ୍‌, ଟିକେଟିଂ, ଟ୍ରାଭେଲ ଆଦି କ୍ଷେତ୍ରରେ ଗ୍ରାହକଙ୍କୁ ନୂତନ ଅଭିଜ୍ଞତା ପ୍ରଦାନ କରିବାକୁ ସକ୍ଷମ ହୋଇ ପାରିଥିବାବେଳେ ଏବେ ଡୋମିନୋସ୍‌ ଉତ୍ପାଦ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଚୁକ୍ତିବଦ୍ଧ ହୋଇପାରିଛି। ଆମାଜନ ପେ ଉଭୟ ଆଇଏସ୍‌ଓ ଏବଂ ଆଣ୍ଡ୍ରଏଡ୍‌ ପ୍ଲାଟଫର୍ମରେ ବ୍ୟବହାର କରାଯାଇପାରିବ। ଫଳରେ ଗ୍ରାହକ ସହଜରେ କାରବାର କରିବାକୁ ସକ୍ଷମ ହୋଇପାରିବେ। ଆମାଜନର ନିଜସ୍ୱ ଉତ୍ପାଦ ମଧ୍ୟରେ ଏଡବ୍ଲୁ୍ରଏସ୍‌, କିଣ୍ଡଲେ, ଫାୟାର୍‌, ଟ୍ୟାବଲେଟ୍‌, ଫାୟାର୍‌ ଟିଭି, ଅମାଜନ୍‌ ଇକୋ, ଆଲେକ୍ସା ପ୍ରଭୃତି ବିଶେଷ ଖ୍ୟାତି ହାସଲ କରିପାରିଛି।

ସମ୍ବନ୍ଧିତ ଖବର