ଆମାଜନ୍‌ରେ ସମର୍‌ କାର୍ଣ୍ଣିଭାଲ୍‌, ଏସି ଉପରେ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଅନଲାଇନ୍‌ ସଂସ୍ଥା ଆମାଜନ୍‌ ଡଟ୍‌ ଇନ୍‌ରେ ସମର କାର୍ଣ୍ଣଭାଲ୍‌ ଦ୍ୱିତୀୟ ସଂସ୍କରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅବସରରେ ଏସି, ରେଫ୍ରିଜେରେଟର, ଟିଭି, ୱାସିଂ ମେସିନ୍‌ ଆଦି ୫୦ରୁ ଅଧିକ ବ୍ରାଣ୍ଡ୍‌ ଉପରେ ସ୍ୱତନ୍ତ୍ର ଅଫର ଉପଲବ୍ଧ ହେବ। ଏହା ସହିତ ଗ୍ରାହକଙ୍କୁ ୨୪ ମାସର ସହଜ ମାସିକ କିସ୍ତି ସୁବିଧା ପ୍ରଦାନ କରାଯିବ। ଦେଶର ୨୦୦ରୁ ଅଧିକ ସହରରେ ଏକ୍ସଚେ୍‌ ସୁବିଧା ମଧ୍ୟ ଯୋଗାଇ ଦିଆଯିବ। ପୁରୁଣା ମୋବାଇଲ୍‌ ଏକ୍ସଚେ୍‌ଞ୍ଜ କରି ନୂଆ ରେଫ୍ରିଜେରେଟର କିମ୍ବା ୱାଶିଂ ମେସିନ୍‌ ନେଇ ହେବ। ଏସ୍‌ବିଆଇ ଡେବିଟ୍‌ ଏବଂ କ୍ରେଡିଡ୍‌ କାର୍ଡରେ ୧୦ ପ୍ରତିଶତ କ୍ୟାସ୍‌ବ୍ୟାକ୍‌ ସୁବିଧା ଉପଲବ୍ଧ ହେବ। ଏହାର ପରିମାଣ ୧୭୫୦ ଟଙ୍କା ପର୍ଯ୍ୟନ୍ତ ରହିବ। ଏହା ୫୦୦୦ ଟଙ୍କାରୁ ଅଧିକ ମୂଲ୍ୟର କ୍ରୟ ଉପରେ ଲାଗୁ ହେବ। ଏହାଏପ୍ରିଲ୍‌ ୭ ତାରିଖଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ। ସମର କାର୍ଣ୍ଣିଭାଲ୍‌ରେ ଭୋଲଟାସ୍‌, ଲୟୋଡ୍‌, ବ୍ଲୁଷ୍ଟାର, ଟିସିଏଲ୍‌, କ୍ୟାରିୟର, ବିପିଏଲ୍‌, ଏଲଜି, ସାମସଙ୍ଗ୍‌, ହ୍ଵିଲ୍‌ ପୁଲ୍‌, ଆଇଏଫ୍‌ବି, ହାଏର, ଡାୟସନ୍‌ ଆଦି ବ୍ରାଣ୍ଡ୍‌ର ଉତ୍ପାଦ ମହଜୁଦ୍‌ ରହିଛି। ଭୋଲଟାସ୍‌, ଏଲଜି, କ୍ୟାରୟର, ବିପିଏଲ୍‌ ଆଦି ଏସି ଉପରେ ମାସିକ ସହଜ କିସ୍ତି ୧୯୯୯ଟଙ୍କା ରହିଛି। ୧.୫ ଟନ୍‌ ସ୍ପିଲ୍ଟ୍‌ ଏସିର ମୂଲ୍ୟ ୨୨,୯୯୦ଟଙ୍କାରୁ ଆରମ୍ଭ ହେଉଛି। ଏହାର ଇଏମ୍‌ଆଇ ୨୨୫୦ ଟଙ୍କା ରହିଛି। ୧ ଟନ୍‌ ସ୍ପିଲ୍ଟ୍‌ ଏସି ମୂଲ୍ୟ ୨୦,୯୯୦ ଟଙ୍କାରୁ ଆରମ୍ଭ ହେଉଥିବାବେଳେ ଏହାର ଇଏମ୍‌ଆଇ ୧୯୯୯ ଟଙ୍କା ରହିଛି। ଇନଭର୍ଟର ଏସି ମୂଲ୍ୟ ୨୫,୯୯୦ ଟଙ୍କାରୁ ଆରାମ୍ଭ ହେଉଥିବାବେଳେ ଏହାର ଇଏମ୍‌ଆଇ ୨୫୪୯ ଟଙ୍କା ରହିଛି। ୱିଣ୍ଡୋ ଏସି ମୂଲ୍ୟ ୨୧,୦୦୦ ଟଙ୍କାରୁ ଆରମ୍ଭ ହେଉଥିବାବେଳେ ଏହାର ଇଏମ୍‌ଆଇ ୨୨୩୩ ଟଙ୍କା ରହିଛି।

 

 

ସମ୍ବନ୍ଧିତ ଖବର