ଆମାଜନର ଅଲ୍-ନିୟୁ କିଣ୍ଡଲେ ଏବେ ୭,୯୯୯ଟଙ୍କାରେ ଉପଲବ୍ଧ

ନୂଆଦିଲ୍ଲୀ :  ଗ୍ରାହକଙ୍କୁ ନୂତନ ତତକାଳ ଏବଂ ସହଜ ସୁରକ୍ଷିତ ପଢ଼ିବା ଅଭିଜ୍ଞତା ପ୍ରଦାନ ପାଇଁ ଆମାଜନ ପକ୍ଷରୁ ଅଲ୍-ନିୟୁ କିଣ୍ଡଲେ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏଥିରେ ଦିନ ରାତିରେ ସହଜରେ ପଢ଼ିବା ପାଇଁ ଲାଇଟ୍ ଆଡଜଷ୍ଟ୍ କରିବା ସୁବିଧା ଉପଲବ୍ଧ ହେଉଛି । ଏପ୍ରିଲ ୯ପୂର୍ବରୁ ବୁକ୍ କରିଥିବା ଗ୍ରାହକଙ୍କୁ ଇ-ବୁକ୍ ମାଗଣାରେ ଯୋଗାଇ ଦିଆଯିବ । ଏହା ସହିତ ଡିଭାଇସ୍ ସୁରକ୍ଷା ପାଇଁ ୧,୧୯୯ ମୂଲ୍ୟର ଟୋଟାଲ ପ୍ରୋଟେକସନ୍ ପ୍ଳାନ୍ ୨ ବର୍ଷ ପାଇଁ ମାଗଣାରେ ଗ୍ରାହକଙ୍କୁ ପ୍ରଦାନ କରାଯିବ । ଏହାର ମୂଲ୍ୟ ୭,୯୯୯ଟଙ୍କା ରହିଛି ।”

ଅଲ୍ ନିୟୁ କିଣ୍ଡଲେ ଗ୍ର।ହକଙ୍କୁ ପୁସ୍ତକ ସହଜରେ ଉପଲବ୍ଧ କରାଇବା୍କୁ ସକ୍ଷମ ହେବ । ଯେ କୌଣସି ସ୍ଥାନରେ ଯେକୌଣସି ସମୟରେ ଏହାଦ୍ୱାରା ପୁସ୍ତକ ପ୍ରେମୀ ନିଜ ପସନ୍ଦର ତଥ୍ୟ ହାସଲ କରିପାରିବେ । ଏହି ଆପ୍ ଗ୍ରାହକଙ୍କ ଫୋନ୍ ଓ ଟ୍ୟାବଲେଟକୁ ପୁସ୍ତକରେ ପରିଣତ କରିପାରିବ । ଏହା ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ପାଇଁ ମାଗଣାରେ ଉପଲବ୍ଧ ହେଉଛି ।

ଏଥିରେ ହାଇ ରିଜୋଲୁ୍ୟସନ୍ ୩୦୦ ପିପିଆଇ ଡିସପ୍ଲେ, ୱାଟର ପ୍ରୁଫିଂ ଆଦି ସିୁବିଧା ରହିଛି । ଏହାର ଶିପିଂ ଏପ୍ରିଲ ୧୦ତାରିଖ ଠାରୁ ଆରମ୍ଭ ହେବ । ଏହାର କଭର ମୂଲ୍ୟ ୧,୪୯୯ ଟଙ୍କା ରହିଛି । ଏହା ଚାରକୋଲ୍ ବ୍ଳାକ୍, ସ୍ୟାଣ୍ଡ ଷ୍ଟୋନ୍ ହ୍ୱାଇଟ୍, କୋବାଲ୍ଟ ବ୍ଲୁ, ପଂଚ୍ ରେଡ୍ ଆଦି ରଙ୍ଗରେ ଉପଲବ୍ଧ ହେଉଛି୧

ସମ୍ବନ୍ଧିତ ଖବର