ଝିଅର ନିମନ୍ତ୍ରଣ କାର୍ଡ ଅର୍ପଣ ପାଇଁ ବଦ୍ରିନାଥରେ ପହଞ୍ଚିଲେ ମୁକେଶ ଆମ୍ବାନୀ, ମନ୍ଦିର କମିଟିକୁ ଦେଲେ ଦୁଇଟି ଇନୋଭା ଗାଡ଼ି

ଡେରାଡୁନ: ପବିତ୍ର ଧନତେରାସର ଶୁଭ ଅବସରରେ ଝିଅ ଇଶାର ବିବାହ ନିମନ୍ତ୍ରଣ କାର୍ଡ ନେଇ ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀଯ ଭଗବାନ ବଦ୍ରିନାଥଙ୍କୁ ନିକଟରେ ପହଞ୍ଚିଛନ୍ତି। ଅମ୍ବାନୀ ଭଗବାନ ବଦ୍ରିନାଥଙ୍କୁ ଝିଅ ଇଶାର ପ୍ରଥମ ନିମନ୍ତ୍ରଣ କାର୍ଡ ଅର୍ପଣ କରିଛନ୍ତି । ବାବା କେଦାରନାଥ ଓ ବଦ୍ରିନାଥଙ୍କ ଦର୍ଶନ କରି ଅମ୍ବାନୀ ମନ୍ଦିର କମିଟିକୁ ଦୁଇଟି ଇନୋଭା ଗାଡି ମଧ୍ୟ ଦାନ କରିଛନ୍ତି ମୁକେଶ।

ମୁକେଶ ଆମ୍ବାନୀ କେଦାରନାଥରେ ପହଞ୍ଚି ଗର୍ଭଗୃହରେ ୧୫ ମିନିଟ ପୂଜାର୍ଚ୍ଚନା କରିବା ପରେ ବଦ୍ରିନାଥରେ ପହଞ୍ଚିଥିଲେ। ଏଠାରେ ଆମ୍ବାନୀଙ୍କୁ ପାଖାପାଖି ୨୦ ମିନିଟ ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା । ପ୍ରତିବର୍ଷ ଦିପାବଳୀ ଅବସରରେ ମୁକେଶ କେଦାରନାଥ ଓ ବଦ୍ରିନାଥ ଧାମ ଦର୍ଶନ ପାଇଁ ଆସିଥାନ୍ତି। ଗତ ମେ’ରେ ସେ ଭାବି ବୋହୂ ଓ ପୁଅଙ୍କ ସହ ଏଠାରେ ପହଞ୍ଚିଥିଲେ। ସେତେବେଳେ ସେ ମନ୍ଦିର କମିଟିକୁ ୫୧ ଲକ୍ଷ ଟଙ୍କା ଦାନ କରିଥିଲେ। ଭଗବାନ ବଦ୍ରିନାଥଙ୍କ କେଶର ଓ ଚନ୍ଦନ ପାଇଁ ସେ ମନ୍ଦିର କମିଟିକୁ ଏକ କୋଟି ଏକ ଲକ୍ଷ ଟଙ୍କା ଦାନ କରିଥିଲେ।

ସମ୍ବନ୍ଧିତ ଖବର