ଇଲେକ୍ଟ୍ରିକ ଯାନ ହୋଇ ଫେରିବ ଆମ୍ବାସାଡର୍‌

ନୂଆଦିଲ୍ଲୀ: ହିନ୍ଦୁସ୍ତାନ ମୋଟର୍ସର କାର୍‌ ଆମ୍ବାସାଡର୍‌ ଇଲେକ୍ଟ୍ରିକ ଯାନ ଅବତାରରେ ଭାରତକୁ ଫେରିବ। ଏହି କଂପାନିକୁ ୨୦୧୭ରେ ଫ୍ରାନ୍ସର ବଡ଼ ଅଟୋମୋବାଇଲ୍ କଂପାନି ‘ପିଏସ୍‌ଏ ପୋଜୋ ସିଟ୍ରନ୍’ କିଣିନେଇଥିଲା। ଏହା ପରେ ଆମ୍ବାସାଡର ବିଷୟରେ କୌଣସି ଖବର ଆଉ ଶୁଣିବାକୁ ମିଳୁନଥିଲା। ଫ୍ରାନ୍ସର ଏହି କଂପାନି ଭାରତରେ ଏହାର ସିଟ୍ରନ୍ ଗାଡ଼ିର ବିକ୍ରି ଆରମ୍ଭ କରିବାକୁ ଯାଉଛି। ଏହି ଅବସରରେ ଭାରତ ଆସିଥିବା କଂପାନିର ଜଣେ ବରିଷ୍ଠ ଅଧିକାରୀ ଆମ୍ବାସାଡର୍‌ର ଭବିଷ୍ୟତ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆମ୍ବାସାଡର୍‌କୁ ଇଲେକ୍ଟ୍ରିକ୍ ଯାନ ଭାବେ ଭାରତ ଅଣାଯିବ। ସମ୍ଭବତଃ ୨୦୨୨ ପରେ ସେହି ଗାଡ଼ି ଭାରତ ଫେରିବ। ଏହାକୁ ବିକ୍ରି କରିବା ପାଇଁ ସ୍ବତନ୍ତ୍ର ଅନଲାଇନ୍ ରଣନୀତି ପ୍ରସ୍ତୁତ କରାଯିବ। ଭାରତୀୟ ବସବାସ କରୁଥିବା ଦେଶଗୁଡ଼ିକରେ ବିଶେଷ କରି ରାଜ୍ୟଗୋଷ୍ଠୀ ଦେଶରେ ଆମ୍ବାସାଡର ବେଶ ଲୋକପ୍ରିୟ। ତେଣୁ ଭାରତରେ ଏହାକୁ ବିକ୍ରି କରିବା ସହିତ ଅନ୍ୟାନ୍ୟ ଦେଶକୁ ତାହା ରପ୍ତାନି କରିବାକୁ ଫ୍ରାନ୍ସର ଏହି କଂପାନି ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର