ମୋଦିଙ୍କ ଏହି ଯୋଜନା ଦ୍ୱାରା ଏଣିକି ମହିଳାଙ୍କୁ ମିଳିବ ଅଧା ମୂଲ୍ୟରେ ସ୍କୁଟି

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ୱାରା ନିକଟରେ ଏଭଳି ଏକ ଜନହୀତକର ଯୋଜନା କାର୍ଯ୍ୟକାରୀ ହୋଇଛି, ଯାହାର ଲାଭ କେବଳ ମହିଳାମାନେ ହିଁ ଲାଭ ଉଠାଇ ପାରିବେ।

ସୂଚନା ମୁତାବକ, ଯଦି ଆପଣଙ୍କ ଘରେ ୧୮ରୁ ୪୦ ବର୍ଷ ବୟସ ମଧ୍ୟରେ ମହିଳା ରହିଛନ୍ତି ତେବେ ସେ ମୋଦି ସରକାରଙ୍କ ଦ୍ୱାରା ଏବଂ ସ୍ୱର୍ଗତ ଜୟଲଳିତାଙ୍କ ଦ୍ୱାରା ପ୍ରଚଳିତ ‘ଅମ୍ମା ସ୍କୁଟର ଯୋଜନା’ର ଲାଭ ଉଠାଇପାରିବେ। ଆପଣ ବି ଯଦି ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଛନ୍ତି, ତେବେ ଆପଣ ଅମ୍ମା ସ୍କୁଟର ଯୋଜନା ଫର୍ମ ପୁରଣ କରିପାରିବେ । ଏହି ଯୋଜନା ଅନୁସାରେ ୧୮ ରୁ ୪୦ ବର୍ଷ ବୟସର ମହିଳାଙ୍କୁ ସ୍କୁଟର କିଣିବା ପରେ ଗାଡିର ବାସ୍ତବିକ ମୂଲ୍ୟର ଅଧା ସବସିଡ ବ୍ୟାଙ୍କ ଆକାଉଂଟରେ ଟ୍ରାନ୍‌ସଫର କରିଦିଆଯିବ ।

ଆପଣଙ୍କ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ନିକଟରେ ଚେନ୍ନାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ଜନ୍ମବାର୍ଷିକୀ ଅବସରରେ ଚେନ୍ନାଇ ସରକାରଙ୍କ ଦ୍ୱାରା ଆରମ୍ଭ ହେବାକୁ ଥିବା ଏହି ‘ଅମ୍ମା ସ୍କୁଟର ଯୋଜନା’ର ଶୁଭ ଉଦଘାଟନ କରିଥିଲେ ।

ସମ୍ବନ୍ଧିତ ଖବର