ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦର ଦର ବଢାଇଲେ ଅମୂଲ, ମଦର ଡେରୀ

ନୂଆଦିଲ୍ଲୀ : ଦର ବଢାଇଛନ୍ତି ଦେଶର ଦୁଇ ପ୍ରମୁଖ ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥ ଉତ୍ପାଦନକାରୀ କମ୍ପାନି ଅମୂଲ ଓ ମଦର ଡେରୀ । ଅମୂଲ ନିଜର ଦୁଗ୍ଧମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି । ଗୁଜୁରାଟ, ଦିଲ୍ଲୀ ଏନସିଆର, ପଶ୍ଚିମବଙ୍ଗ , ମହାରାଷ୍ଟ୍ର ଓ ମୁମ୍ବାଇ ସର୍କିଟରେ ଏହି ବର୍ଦ୍ଧିତ ଦର ଲାଗୁ ହେବ ।

କେବଳ ଦୁଗ୍ଧ ନୁହେଁ, ବଟର, ଘିଅ, ଦହି, ଛେନା ଆଦି ଦୁଗଧଜାତ ଉତ୍ପାଦର ଦର ମଧ୍ୟ ୩ରୁ ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି ଅମୂଲ । ଏହି ବର୍ଦ୍ଧିତ ମୂଲ୍ୟ ରବିବାରଠାରୁ ଲାଗୁ ହେବ । ଏହି ବର୍ଦ୍ଧିତ ଦରର ଲାଭ ଚାଷୀମାନଙ୍କୁ ଦିଆଯିବ ବୋଲି ଅମୂଲର ଏମଡି ଆର.ଏସ. ସୋଡ଼ି କହିଛନ୍ତି ।

ଅନ୍ୟପକ୍ଷରେ ମଦର ଡେରୀ ପକ୍ଷରୁ ଦୁଗ୍ଧ ମୂଲ୍ୟ ୩ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଟୋନଡ୍‌ ଦୁଗ୍ଧ ମୂଲ୍ୟ ଲିଟର ପିଛା ୩ଟଙ୍କା ବୃଦ୍ଧି ପାଇ ୪୫ ଟଙ୍କାରେ ପହଞ୍ଚିଥିବାବେଳେ ଡବଲ ଟୋନଡ ଦୁଗ୍ଧ ମୂଲ୍ୟ ଲିଟର ପିଛା ୩୬ ଟଙ୍କାରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର