‘ଅମୂଲ’ ନାଁରେ ଆସୁଥିବା ନକଲି ବିଜ୍ଞାପନ ହଟାଇବାକୁ ଦାବି : ଗୁଗଲକୁ ନୋଟିସ ପଠାଇଲା ଅମୂଲ୍

ନୂଆଦିଲ୍ଲୀ: ଅମୂଲ ନକଲି ବିଜ୍ଞାପନ ମାମଲାରେ ଗୁଗଲ ଇଣ୍ଡିଆକୁ ଆଇନଗତ ନୋଟିସ ପଠାଇଛି । ସେ ପୁଲିସକୁ ଅଭିଯୋଗ ମଧ୍ୟ କରିଛି । କମ୍ପାନୀର କହିବାନୁସାରେ, କିଛି ସଂସ୍ଥା ଓ ବ୍ୟକ୍ତି ଅମୂଲ ବିତରଣ କରିବା ନାଁରେ ଗୁଗଲରେ ନକଲି ବିଜ୍ଞାପନ ଦେଇ ଠକାମି କରୁଛନ୍ତି । ବୁଧବାର ଦିନ ଅମୂଲ ଏହି ସୂଚନା ଦେଇଛି ।

ଅମୂଲର କହିବାନୁସାରେ, ଗୁଗଲରେ ଅମୂଲ ଫ୍ରାଞ୍ଚାଇଜି, ଅମୂଲ ପାର୍ଲର ଓ ଅମୂଲ ବିତରଣର ଶବ୍ଦ ସର୍ଚ୍ଚ କଲେ ନକଲି ଲିଙ୍କ ଆସିଯାଉଛି । ଏହା ଉପରେ କ୍ଲିକ୍ କରି ଲୋକଙ୍କୁ  ଠାରୁ ଫର୍ମ ଭରିବାକୁ କୁହାଯାଏ । ଏହାପରେ କଲ କରି ରେଜିଷ୍ଟ୍ରେସନ ଫିସ୍ ଭାବେ ୨୫,୦୦୦ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗାଯାଏ । ଟଙ୍କା ମିଳିବା ପରେ ଲୋକଙ୍କ ଠାରୁ ସଂପର୍କ ବନ୍ଦ କରିଦିଆଯାଏ । ଅମୂଲର ଏମଡିଙ୍କ କହିବାନୁସାରେ, ନକଲି ବିଜ୍ଞାପନର ଶିକାର ହୋଇଥିବା କେତେକ ଲୋକ ତାଙ୍କୁ ସଂପର୍କ କରିଛନ୍ତି । କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଠକମାନଙ୍କ କଥାରେ ଆସି ୩ରୁ ୬ଲକ୍ଷ ଟଙ୍କା ଦେଇଛନ୍ତି । ଅମୂଲ ଗୁଗଲକୁ ନକଲି ବିଜ୍ଞାପନ ଉପରେ ରୋକ୍ ଲଗାଇବାକୁ କହିଛି ।

ସମ୍ବନ୍ଧିତ ଖବର