ପ୍ରଶଂସକ ମାଗିଲେ ଏସ୍ୟୁଭି
ମହିନ୍ଦ୍ରା କହିଲେ ଧନ୍ଦା ବନ୍ଦ ହୋଇଯିବ
ମୁମ୍ବାଇ: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରାଙ୍କ ଏକ ଟ୍ବିଟ୍କୁ ନେଇ ଚର୍ଚ୍ଚ ଆରମ୍ଭ ହୋଇଯାଇଛି। ବିପୁଲ୍ ନାମକ ଜଣେ ପ୍ରଶଂସକ ଟ୍ବିଟ୍ କରି ତାଙ୍କ ଜନ୍ମ ଦିନରେ ଏକ ମହିନ୍ଦ୍ର ଥର୍ ଏସୟୁଭି ଉପହାର ମାଗିଥିଲେ। ଆନନ୍ଦ ମହିନ୍ଦ୍ରା ଶୁକ୍ରବାର ଏହାର ଉତ୍ତର ଦେଇଛନ୍ତି। ଆନନ୍ଦ ଲେଖିଛନ୍ତି ତୁମର ଆତ୍ମ ବିଶ୍ବାସକୁ ମୁଁ ପୂରା ନମ୍ବର ଦେଉଛି। କିନ୍ତୁ ଦୁର୍ଭାଗ୍ୟବଶତଃ ହଁ କହିପାରିବି ନାହିଁ। କାରଣ ମୋର ଧନ୍ଦା ବନ୍ଦ ହୋଇଯିବ।