ଟ୍ରାଫିକ୍‌ରେ ବିନା କାରଣରେ ହର୍ଣ୍ଣ ବଜାଇବାକୁ ରୋକିବା ପାଇଁ ଚିଠି ଲେଖି ଆନନ୍ଦ ମହିନ୍ଦ୍ରାଙ୍କୁ ଏଭଳି ପରାମର୍ଶ ଦେଲେ ୧୧ବର୍ଷୀୟ ବାଳିକା, ଖୁବ୍‌ ଶୀଘ୍ର ହୋଇପାରେ କାର୍ଯ୍ୟକାରୀ

0

ନୂଆଦିଲ୍ଲୀ : ଦେଶର ଜଣାଶୁଣା ବ୍ୟବସାୟୀ ତଥା ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଅନେକ ସମୟରେ ନିଜର ଫଲୋଓ୍ଵର୍ସଙ୍କ ପ୍ରଶ୍ନର ଉତ୍ତର ରଖିଥାନ୍ତି । ଏ ମଧ୍ୟରେ ଜଣେ ୧୧ବର୍ଷୀୟ ବାଳିକା ତାଙ୍କୁ ଚିଠି ଲେଖି ଯେଉଁ ପରାମର୍ଶ ଦେଇଥିଲେ, ତାକୁ ସେୟାର କରିବାକୁ ନିଜକୁ ରୋକି ପାରି ନ ଥିଲେ ଆନନ୍ଦ ମହିନ୍ଦ୍ରା । ଟ୍ରାଫିକ୍‌ରେ ବିନା କାରଣରେ ହର୍ଣ୍ଣ ବଜାଉଥିବା ଲୋକମାନଙ୍କୁ ରୋକିବା ପାଇଁ ୧୧ବର୍ଷୀୟ ବାଳିକା କିଛି ଏଭଳି ପରାମର୍ଶ ଦେଇଥିଲେ, ଯାହାଦ୍ୱାରା ଆନନ୍ଦ ମହିନ୍ଦ୍ରା ଖୁବ୍‌ ପ୍ରଭାବିତ ହୋଇଥିବା ଟୁଇଟ୍‌ କରି ଜଣାଇଛନ୍ତି ।

୧୧ବର୍ଷୀୟ ବାଳିକାର ଚିଠିର ଫଟୋ ସେୟାର କରି, କାମ କରି ଥକିଯିବା ପରେ ଯଦି ଆପଣ କିଛି ଏଭଳି ମେସେଜ ଦେଖିବାକୁ ପାଆନ୍ତି, ତେବେ ସବୁ ଥକାପଣ ପୂରା ହୋଇ ଯାଇଥାଏ । ମୁଁ ଜାଣିଛି କି ମୁଁ ଏଭଳି ଲୋକମାନଙ୍କ ପାଇଁ କାମ କରୁଛି । ଯିଏ ଏକ ଭଲ ଏବଂ ଶାନ୍ତିପୂର୍ଣ୍ଣ ଦୁନିଆରେ ରହିବାକୁ ପସନ୍ଦ କରନ୍ତି ବୋଲି ଲେଖିଥିଲେ ଆନନ୍ଦ ମହିନ୍ଦ୍ରା ।

ଆନନ୍ଦ ମହିନ୍ଦ୍ରା ସେୟାର କରାଯାଇଥିବା ଚିଠିରେ, ମୋ ନାଁ ମାହିକା ମିଶ୍ରା । ମୋତେ ୧୧ବର୍ଷ ଏବଂ ମୁଁ ଗ୍ରେଡ୍‌ ୭ରେ ପଢ଼ୁଛି । ମୋତେ କାର୍‌ ଏବଂ ବାଇକ୍‌ ଖୁବ୍‌ ପସନ୍ଦ ଏବଂ ମୁଁ ଲଙ୍ଗ୍‌ ଡ୍ରାଇଭ୍‌ରେ ଯିବା ପାଇଁ ମଧ୍ୟ ବସନ୍ଦ କରେ । କିନ୍ତୁ ରାସ୍ତାରେ କିଛି ଲୋକ କୌଣସି କାରଣ ନଥାଇ ହର୍ଣ୍ଣ ବଜାଇଥାନ୍ତି । ଏହାକୁ ଆଖି ଆଗରେ ରଖି ମୁଁ କିଛି କହିବାକୁ ଚାହୁଁଛି । ଯଦି ଆପଣ କାର୍‌ରେ ୧୦ମିନିଟ୍‌ରେ କେବଳ ୫ଥର ହର୍ଣ୍ଣ ବଜାଇବାର ସୁବିଧା ସହ ହର୍ଣ୍ଣଟି କେବଳ ୩ସେକେଣ୍ଡ ପର୍ଯ୍ୟନ୍ତ ବାଜୁଥିବାର ସୁବିଧା କରିବେ, ତେବେ ଅନେକଙ୍କୁ ଏହାର ଲାଭ ମିଳି ପାରିବ । ଏହା ଦ୍ୱାରା ଗାଡ଼ିରୁ ଉପୁଜୁଥିବା ଶବ୍ଦ କମ ହେବା ସହ ରାସ୍ତା ଶାନ୍ତ ରହିବ । ମୁଁ ଅନୁରୋଧ କରୁଛି କି, ମୋର ଏହି ପରାମର୍ଶକୁ ଆପଣ ଦୟାକରି ନିଜ କାର୍‌ରେ କାର୍ଯ୍ୟକାରୀ କରନ୍ତୁ । ଏପରି କଲେ ମୁଁ ଆପଣଙ୍କର ଚିର ଋଣି ରହିବି ବୋଲି ଚିଠିରେ ଲେଖାଯାଇଥିଲା ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.