ଜେଲ ଯାଉ ଯାଉ ବଞ୍ଚି ଗଲେ ଅନୀଲ ଅମ୍ବାନୀ

ନୂଆଦିଲ୍ଲୀ : ଜେଲ ଯାଉ ଯାଉ ବଞ୍ଚି ଗଲେ ଶିଳ୍ପପତି ଅନୀଲ ଅମ୍ବାନୀ । ଜର୍ମାନୀ ଟେଲିକମ ଯନ୍ତ୍ରାଂଶ ନିର୍ମାଣକାରୀ କମ୍ପାନି ଏରିକସନର ବକେୟା ଥିବା ପ୍ରାୟ ୪୫୮.୭୭ କୋଟି ଟଙ୍କା ଅନୀଲଙ୍କ କମ୍ପାନି ରିଲାଏନ୍ସ କମ୍ୟୁନିକେସନ ପକ୍ଷରୁ ପ୍ରଦାନ କରାଯାଇଛି । ଏରିକସନ ମୋଟ ପ୍ରାୟ ୫୫୦ କୋଟି ଟଙ୍କା ପାଇବାକୁ ଥିବାବେଳେ କମ୍ପାନି ପୂର୍ବରୁ ପ୍ରାୟ ୯୨ କୋଟି ଟଙ୍କା ଅଗ୍ରୀମ ଦେଇଥିଲା । ବକେୟା ୪୫୮ କୋଟି କମ୍ପାନି ଦେବାରେ ଟାଳଟୁଳ ନୀତି ଗ୍ରହଣକରୁଥିଲା । ଏହା ବିରୋଧରେ ଏରିକସନ ସୁପ୍ରିମକୋର୍ଟରେ ଏକ ମାମଲା ଦାଏର କରିଥିଲା ।

ଏହି ଟଙ୍କା ପ୍ରଦାନ ପାଇଁ ସୁପ୍ରିମକୋର୍ଟ ଗତ ଫେବ୍ରୁଆରୀ ମାସରେ ଅନୀଲ ଅମ୍ବାନି ଓ ଆଉ ଦୁଇଜଣ ନିବେଶକଙ୍କୁ ନିର୍ଦେଶ ଦେଇଥିଲେ । ଅମ୍ବାନୀଙ୍କ ବ୍ୟତୀତ ରିଲାଏନ୍ସ ଟେଲିକମ୍ର ଅଧ୍ୟକ୍ଷ ସତୀଶ ସେଠ୍ ଓ ରିଲାଏନ୍ସ ଇନ୍ଫ୍ରାଟେଲର ଅଧ୍ୟକ୍ଷା ଛାୟା ବିରାନୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ନ୍ୟାୟାଳୟ ଆଗାମୀ ୮ ସପ୍ତାହ ମଧ୍ୟରେ ଏରିକସନକୁ ୪୫୩ କୋଟି ଟଙ୍କା ପରିଶୋଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତା’କରି ନ ପାରିଲେ,ତିନି ମାସର ଜେଲଦଣ୍ଡ ଭୋଗିବେ ଅଭିଯୁକ୍ତ ବୋଲି ମଧ୍ୟ ନ୍ୟାୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର