ଅନୀଲ ଅମ୍ବାନିଙ୍କ ଦେବାଳିଆ ଅବସ୍ଥା, ରିଲାଏନ୍ସ କମ୍ୟୁନିକେସନର ନିର୍ଦ୍ଦେଶକ ପଦ ଛାଡିଲେ

ମୁମ୍ବାଇ : ମୁକେଶ ଅମ୍ବାନିଙ୍କ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଦିନକୁ ଦିନ ନୂଆ ନୂଆ ସଫଳତାର ସିଡି ଚଢିଚାଲିଛି । କମ୍ପାନିର ଟେଲିକମ ସେବା ପ୍ରଦାନକାରୀ ଶାଖା ଜିଓ ସଫଳତାର ନୂଆ ଫର୍ଦ୍ଦ ଯୋଡିଚାଲିଛି । କିନ୍ତୁ ତାଙ୍କ ସାନଭାଇ ଅନୀଲ ଅମ୍ବାନିଙ୍କ ଏବେ ଦେବାଳିଆ ଅବସ୍ଥା । ଅନୀଲଙ୍କ କମ୍ପାନି ଅନୀଲ ଧୀରୁଭାଇ ଅମ୍ବାନି ରିଲାଏନ୍ସ ଗ୍ରୁପର ଅଧିକାଂଶ ଶାଖା କମ୍ପାନି ଏବେ ବିପୁଳ କ୍ଷତିରେ ଚାଲିଛି ଓ କେତେକ ଦେବାଳିଆ ସ୍ଥିତିରେ ପହଞ୍ଚିଗଲେଣି ।
ଅନୀଲଙ୍କ କମ୍ପାନି ରିଲାଏନ୍ସ କମ୍ୟୁନିକେସନ୍ସ ଗତକାଲି ଘୋଷଣା କରିଥିଲା ଯେ ଏହା ଜୁଲାଇ-ସେପ୍ଟେମ୍ବର ତିନିମାସରେ ପ୍ରାୟ ୩୦ ହଜାର କୋଟି ଟଙ୍କାର କ୍ଷତି ସହିଛି । ଏହାର ଦିନକ ପରେ, ଆଜି ଅନୀଲ ଅମ୍ବାନି ଏହି କମ୍ପାନିର ନିର୍ଦ୍ଦେଶକ ପଦବୀରୁ ଇସ୍ତଫା ଦେଇଛନ୍ତି । କମ୍ପାନିର ଆଉ କେତେକ ନିର୍ଦ୍ଦେଶକ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି ବୋଲି କମ୍ପାନି ତରଫରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ସୂଚୀତ କରାଯାଇଛି ।
କେବଳ ରିଲାଏନ୍ସ ଜିଓକୁ ଛାଡିଦେଲା ଦେଶର ଅଧିକାଂଶ ଟେଲିକମ କମ୍ପାନି ଏବେ କ୍ଷତିରେ ଚାଲୁଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଏୟାରଟେଲ, ଭୋଡାଫୋନ-ଆଇଡିଆ ଇତ୍ୟାଦି ।

ସମ୍ବନ୍ଧିତ ଖବର