ଏହି ପ୍ରକଳ୍ପକୁ ହାତେଇବା ଲାଗି ମୁକେଶ ଓ ଅନୀଲ ଅମ୍ବାନୀଙ୍କ ଭିତରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା

ମୁମ୍ବାଇ: ଭାରତର ଦୁଇ ଖ୍ୟାତନାମା ଶିଳ୍ପପତି ଭାଇ ମୁକେଶ ଅମ୍ବାନୀ ଓ ଅନୀଲ ଅମ୍ବାନୀଙ୍କ ମଧ୍ୟରେ ଏବେ ପୁଣି ଜବରଦସ୍ତ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଥିବାର ଖବର ମିଳିଛି। ଦୁଇ ଭାଇ ଗୁରଗାଓଁ ଫିଲ୍ମ ସିଟିକୁ ଲସ ଏଞ୍ଜେଲ୍‌ସ ସ୍ଥିତ ୟୁନିଭର୍ସାଲ୍‌ ଷ୍ଟୁଡିଓ ଭଳି ମେଗା ଟୁରିଷ୍ଟ୍‍ ଆଟ୍ରାକସନ୍‌ରେ ପରିଣତ କରିବାକୁ ଦୁଇ ଭାଇ ନିଜ ନିଜର ଦାବି ଉପସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପର ମୂଲ୍ୟ ପ୍ରାୟ ୨୬୦୦ କୋଟି ଟଙ୍କା। ଏହି ପ୍ରକଳ୍ପର ଅନ୍ୟତମ ଦାବିଦାର ହେଲେ ଉନୋଟ୍‌ ଇନ୍‌ଫା ବେଞ୍ଚର୍‌। ମହାରାଷ୍ଟ୍ର ସରକାର ଏହି ପ୍ରକଳ୍ପ ଲାଗି ଆଗାମୀ ଫେବୃଆରି୨୮ ତାରିଖରେ ନିଲାମି କରିବେ ବୋଲି ଜଣାଯାଇଛି।


ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ମୁକେଶ ଓ ଅନୀଲଙ୍କ ମଧ୍ୟରେ ଏହି ପ୍ରକଳ୍ପକୁ ନେଇ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବାର ସମ୍ଭାବନା ରହିଛି। ଏହା ଭିତରେ ନିଲାମି ପ୍ରକ୍ରିୟା ସଂପନ୍ନ ହେବ। ଫିଲ୍ମ ସିଟିର ପରିଚାଳନା ନିର୍ଦ୍ଦେଶକ ଜୟଶ୍ରୀ ଭୋଜ କହିଛନ୍ତି ଯେ, ପ୍ରକଳ୍ପର ନିଲାମି ପୂର୍ବରୁ ତିନିଜଣ ଦାବିଦାର କଂପାନିଙ୍କ ପ୍ରତିନିଧିଙ୍କ ସହ ଆଲୋଚନା ହୋଇଥିଲା। ଏହି ପ୍ରକଳ୍ପକୁ କଂପାନିକୁ ହସ୍ତାନ୍ତରିତ କରିବା ଲାଗି ପ୍ରାୟ ଚାରିରୁ ଛଅ ମାସ ସମୟ ଲାଗିବ ବୋଲି ସେ କହିଛନ୍ତି। ସରକାର ଏଠାରେ ଫିଲ୍ମ ନିର୍ମାଣ ସାଙ୍ଗକୁ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ ଦେବାର ରଖିଛନ୍ତି।

ସମ୍ବନ୍ଧିତ ଖବର