ରିଲାଏନ୍ସରେ ଯୋଗଦେଲେ ଅନିଲଙ୍କ ସାନପୁଅ

ମୁମ୍ବାଇ: ରିଲାଏନ୍ସ ଗ୍ରୁପ୍ ମୁଖ୍ୟ ଅନିଲ ଅମ୍ବାନିଙ୍କ ସାନପୁଅ ଅନସୁଲ ଅମ୍ବାନି କମ୍ପାନିରେ ମ୍ୟାନେଜମେଣ୍ଟ ଟ୍ରେନିଂ ଭାବେ କ୍ୟାରିଅର ଆରମ୍ଭ କରିଛନ୍ତି। ୨୩ ବର୍ଷୀୟ ଅନସୁଲ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚରରେ ମ୍ୟାନେଜମେଣ୍ଟ ଟ୍ରେନି ଭାବେ ଗତ ସପ୍ତାହରେ ଯୋଗଦେଇଛନ୍ତି। ନ୍ୟୁୟର୍କ ବିଶ୍ବବିଦ୍ୟାଳୟର ଷ୍ଟର୍ଣ୍ଣ ସ୍କୁଲ ଅଫ୍ ବିଜନେସ୍‌ରୁ ଅଣ୍ଡର ଗ୍ରାଜୁଏଟ ଡିଗ୍ରି ସେ ହାସଲ କରିଛନ୍ତି। ରିଲାଏନ୍ସ ଇନଫ୍ରାଷ୍ଟ୍ରକର ହେଉଛି ରିଲାଏନ୍ସ ଗ୍ରୁପର ଇଞ୍ଜିନିୟରିଂ, ପ୍ରୋକ୍ୟୁୟରମେଣ୍ଟ ଏବଂ କନଷ୍ଟ୍ରକସନ ଶାଖା।

ସମ୍ବନ୍ଧିତ ଖବର